Below header

୨୨ ମୈାଜା : ବଜ୍ରାଘାତରେ ଚାଲିଗଲା ଦୁଇ ଜଣଙ୍କ ଜୀବନ

ଜଗତସିଂପୁର(କେନ୍ୟୁଜ୍‌) :  ଜଗତସିଂହପୁର ଜିଲ୍ଲା ପୁରଣ ଗ୍ରାମରେ ବଜ୍ରାଘାତରେ ଦୁଇ ଜଣଙ୍କ ପ୍ରାଣହାନୀ ଘଟିଥିବ ଜଣାଯାଇଛି । ବିରିଡି ବ୍ଲକ ୨୨ ମୌଜାର ପୁରଣ ଗ୍ରାମରେ ଦଶାହ କାର୍ଯ୍ୟ ଚାଲିଥିବା ବେଳେ ବଜ୍ରାଘାତରେ ଦିଅର ଓ ପୁତୁରାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବିଷ୍ଣୁ ବାହଲିଆ ଓ ପ୍ରମୋଦ ବାହଲିଆ ।

ଏହି ଖବର ପ୍ରସାରିତ ହେବା ପରେ ଘଟଣାସ୍ଥଳରେ ତିର୍ତ୍ତୋଲ ଉପର୍ନିବାଚନ ପାର୍ଥୀ ହୋଇଥିବା ବିଜୟ ଶଙ୍କର ଦାସ ଓ ରାଜକିଶୋର ବେହେରା ଓ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ପହଂଚି ଶୋକାକୁଳ ପରିବାରକୁ ସାନ୍ତ୍ୱନା ଦେଇଥିଲେ । ଏହି ଘଟଣା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.