ମୟୂରଭଞ୍ଜରେ ଦୁଇଟି ପୃଥକ ଦୁର୍ଘଟଣାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ, ୩ ଗୁରୁତର

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଜାଲଦା ଛକ ନିକଟରେ ବେପରୁଆ ଗାଡି ଚାଳନା ଯୋଗୁଁ ଡିଭାଇଡରରେ ପିଟି ହୋଇ ଝାରଖଣ୍ଡ ରାଜ୍ୟ ବହଡ଼ାଗଡା ଥାନା ଅନ୍ତର୍ଗତ ବରଗଡ଼ିଆ ଗ୍ରାମର ପାର୍ବତୀ ବିନ୍ଧାଣି(୬୦) ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି ।

ସେହିପରି ଏକ ଯାତ୍ରୀବାହୀ ବସ OD11N 4429 ବାରିପଦାରୁ କରଞ୍ଜିଆ ଯାଉଥିବା ସମୟରେ ମାଳଭଞ୍ଜ ଛକ ନିକଟରେ ହରିମହନ ମହାନ୍ତ (୪୬)ଙ୍କୁ ସିଧାସଳଖ ପିଟିବାରୁ ଆଡକୁ ଯାଉଥିବା ସମୟରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଖବରପାଇ IIC ଏବଂ ରାଜ୍ୟସଭା ସାଂସଦ ମମତା ମହାନ୍ତ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇବା ସହିତ ଶବ ସତ୍କାର ପାଇଁ ୫୦୦୦ ସାହାଯ୍ୟ କରିଥିଲେ । ପରେ ସ୍ଥାନୀୟ ଲୋକ ରାଜରାସ୍ତାରୁ ହଟିଥିଲେ ।

You might also like