ଜେଲ୍‌ରୁ ମୁକୁଳିବା ପରେ ପ୍ରଥମ ଥର ବାହାରକୁ ଆସିଲେ ରିୟା, ସୁଶାନ୍ତଙ୍କ ପରେ ଏବେ ଖୋଜୁଛନ୍ତି ନୂଆ ଠିକଣା

ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଯେତିକି ଫିଲ୍ମ ଯୋଗୁଁ ଚର୍ଚ୍ଚିତ ହୋଇପାରିନଥିଲେ ସେତିକି ସୁଶାନ୍ତଙ୍କ ପାଇଁ ହୋଇପାରିଛନ୍ତି। ସୁଶାନ୍ତଙ୍କ ଆତ୍ମହତ୍ଯା କେସରେ ତାଙ୍କୁ ଜେଲ୍ ଯିବାକୁ ପଡିଥିଲା। ଜେଲରୁ ମୁକୁଳିବା ପରେ ତାଙ୍କୁ ନିକଟରେ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କ ସହିତ ବାନ୍ଦ୍ରାରେ ଦେଖିବାକୁ ମିଳିଛି। ଶୁଣିବାକୁ ମିଳୁଛି ଯେ, ରିୟାଙ୍କର ପରିବାର ଲୋକ ନିଜ ପାଇଁ ନୂଆ ଘର ଖୋଜୁଛନ୍ତି।

ସୂଚନାଯୋଗ୍ଯ, ୧୪ ଜୁନରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ରିୟା ଚକ୍ରବର୍ତ୍ତୀ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ସମ୍ପର୍କିତ ଡ୍ରଗ୍ସ ମାମଲାରେ ରିୟା ଓ ତାଙ୍କର ଭାଇଙ୍କ ନାମ ସାମନାକୁ ଆସିଛି। ଏହି ମାମଲାରେ ଦୁହେଁ ଜେଲ୍ ଯାଇ ସାରିଛନ୍ତି ଓ ଏବେ ଜାମିନରେ ବାହାରକୁ ଆସିଛନ୍ତି।

riya

ରିୟା ଓ ତାଙ୍କର ପରିବାର ଖୁବ୍ ଶୀଘ୍ର ନୂଆ ଘରକୁ ସିଫ୍ଟ ହୋଇପାରନ୍ତି। ସୁଶାନ୍ତଙ୍କ ମାମଲାରେ ଯେତେବେଳେ ଏନସିବି, ସିବିଆଇ ଓ ଇଡି ରିୟା ଏବଂ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଥିଲା ।  ସେତେବେଳେ ରିୟା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ ଓ ତାଙ୍କ ଘର ତଳେ ପାପାରାଜିଙ୍କ ଭିଡ ଦେଖିବାକୁ ମିଳିଥିଲା। ତାଙ୍କୁ ଘରୁ ଯିବା ଆସିବା କରିବାରେ ଖୁବ୍ ଅସୁବିଧା ହୋଇଥିଲା। କୁହାଯାଉଛି ଯେ, ବୋଧହୁଏ ଏହି କାରଣରୁ ସେ ଘର ବଦଳାଇବାକୁ ଯାଉଛନ୍ତି। ପୁଣି ଫିଲ୍ମ ଇଣ୍ଡଷ୍ଟ୍ରୀକୁ ରିୟା ଫେରିବେ ବୋଲି ଚର୍ଚ୍ଚା ମଧ୍ୟ ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.