Below header

କଳାହାଣ୍ଡି କୁଲାନାଳ ଗାଁରେ ଅଘଟଣ: ମହୁମାଛି ଆକ୍ରମଣରେ ଗଲା ୨ ଜଣଙ୍କ ଜୀବନ

କଳାହାଣ୍ଡି : ମହୁମାଛି ଆକ୍ରମଣରେ ଗଲା ୨ ଜଣଙ୍କ ଜୀବନ । ୭ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଲାଞ୍ଜି ପଞ୍ଚାୟତ କୁଲାନାଳ ଗାଁରେ ଏପରି ଅଘଟଣ ଘଟିଛି ।

ଗାଁର ଦଶ ଜଣ ବ୍ୟକ୍ତି ଜଙ୍ଗଲକୁ କାଠ କାଟିବାକୁ ଯାଇଥିବା ବେଳେ ୭ ଜଣ ବ୍ୟକ୍ତି ମହୁମାଛି ଆକ୍ରମଣର ଶିକାର ହୋଇ ଥିବା ଜଣାପଡିଛି । ମୃତକ ହେଉଛନ୍ତି ଦୁଇ ଭାଇ ଘାସି ମାଝୀ ଓ ଡମେ ମାଝୀ । ଅନ୍ୟ ୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ସାମାନ୍ୟ ଆକ୍ରମଣର ଶିକାର ହୋଇ ଥିବାବେଳେ ସେମାନେ ଘରେ ରହି ଚିକିତ୍ସିତ ହେଉଛନ୍ତି । ଜଣକଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ଭାବନୀପଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.