Below header

ଅପହରଣ ନାଟକ ରଚିଥିଲେ ୨ ସାଙ୍ଗ! ବିନ୍ଦାସ ବୁଲୁଥିଲେ ଖାଉଥିଲେ, ସିସିଟିଭି ଧରାଇଲା ସତ

ଅପହରଣ ହୋଇନଥିଲେ । ଅପହରଣ ନାଟକ ରଚିଥିଲେ ଦୁଇ ସାଙ୍ଗ । ଘରେ କାନ୍ଦ ବୋବାଳିରେ ଫାଟି ପଡୁଥିବାବେଳେ ଏମାନେ କିନ୍ତୁ ବିନ୍ଦାସ ବୁଲୁଥିଲେ । କଣ କହିବ ଆଜିକାଲିକା ପିଲାଙ୍କୁ। ଏମାନଙ୍କ ମୁଣ୍ଡରେ ଏତେ ର୍ଦୁବୁଦ୍ଧି ଆସୁଛୁ କେଉଁଠୁ? ମିଛରେ କିଡନାପ ହୋଇଥିବାର ଅଭିନୟ କରୁଛନ୍ତି ଆଉ ସାଙ୍ଗସାଥୀଙ୍କ ସହ ମଉଜ ମସ୍ତି କରି ଶେଷରେ ଘରକୁ ଫେରୁଛନ୍ତି ।

ଭୁବନେଶ୍ୱର(କେନ୍ୟୁଜ୍): ଅପହରଣ ହୋଇନଥିଲେ । ଅପହରଣ ନାଟକ ରଚିଥିଲେ ଦୁଇ ସାଙ୍ଗ । ଘରେ କାନ୍ଦ ବୋବାଳିରେ ଫାଟି ପଡୁଥିବାବେଳେ ଏମାନେ କିନ୍ତୁ ବିନ୍ଦାସ ବୁଲୁଥିଲେ । କଣ କହିବ ଆଜିକାଲିକା ପିଲାଙ୍କୁ। ଏମାନଙ୍କ ମୁଣ୍ଡରେ ଏତେ ର୍ଦୁବୁଦ୍ଧି ଆସୁଛୁ କେଉଁଠୁ? ମିଛରେ କିଡନାପ ହୋଇଥିବାର ଅଭିନୟ କରୁଛନ୍ତି ଆଉ ସାଙ୍ଗସାଥୀଙ୍କ ସହ ମଉଜ ମସ୍ତି କରି ଶେଷରେ ଘରକୁ ଫେରୁଛନ୍ତି । ଆଉ ଫେରିବା ପରେ ଏମିତି ଅଭିନୟ କରୁଛନ୍ତି ଯିଏ ଦେଖିବ କରିବ ପିଲାଟା ପୁରା ସଠିକ୍ କଥା କହୁଛି । ହେଲେ କଥାରେ ମିଛ ଚୋର ଘର ସବୁବେଳେ ଅନ୍ଧାର ନଥାଏ । ଏମିତି ଏକ ଘଟଣା ସତ ଧରାଇଦେଇଛି ସିସିଟିଭି ।

ହଁ ଆଜ୍ଞା ସିଟିଭି ଧରାଇଦେଲା ସତ । ଭୁବନେଶ୍ୱରରୁ ନାବାଳକ ଅପହରଣ ନାଟକର ପର୍ଦ୍ଦାଫାସ୍‌ ହୋଇଛି । ଦୁଇ ସାଙ୍ଗ ପୃଥ୍ଵୀରାଜ ପ୍ରଦାନ ଓ ସାନୁ କୁମାର ନିଜ ଇଛାରେ ପଳାଇଥିଲେ । ଭୁବନେଶ୍ୱର ରେଳ ଷ୍ଟେସନରୁ ଟ୍ରେନ୍‌ରେ ଯାଇଥିଲେ ଟିଟିଲାଗଡ଼ । ହୋଟେଲରେ ଖିଆପିଆ କରି ବୁଲାବୁଲି କରିଥିଲେ । ଟଙ୍କା ସରି ଯିବା ପରେ ରଚିଥିଲେ ଅପହରଣ ନାଟକ। ସିସିଟିଭି ଫୁଟେଜରେ କଏଦ ହୋଇଛି ଦୃଶ୍ୟ । ଅଟୋରୁ ଓହ୍ଲାଇ ଚାଲିଚାଲି ଯାଉଥିବା CCTV ଫୁଟେଜରୁ ଜଣାପଡିଥିବା ସୂଚନା ଦେଇଛନ୍ତି ଚନ୍ଦକା IIC ରାଧାକାନ୍ତ ସାହୁ ।

ସୂଚନା ଅନୁଯାୟୀ, ଭୁବନେଶ୍ୱର ଚନ୍ଦକା ଥାନା ସୁନ୍ଦରପୁରରେ ଥିବା ଏକ ଘରୋଇ ସ୍କୁଲର ଦଶମ ଶ୍ରେଣୀର ୨ ଛାତ୍ର ପୃଥ୍ଵୀରାଜ ପ୍ରଧାନ ଓ ସାନୁ କୁମାର । ଉଭୟ ଗତ ୪ ତାରିଖରେ ନିଖୋଜ ହୋଇଯାଇଥିଲେ । ସ୍କୁଲକୁ ଯାଇ ସେମାନେ ଘରକୁ ନଫେରିବାରୁ ପରିବାର ଲୋକ ବହୁ ଖୋଜାଖୋଜି କରି ଚନ୍ଦକା ଥାନରେ ଅଭିଯୋଗ କରିଥିଲେ । ଚନ୍ଦକା ଥାନା ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ୨ ଛାତ୍ର ଗତକାଲି ଟିଟିଲାଗଡ଼ରୁ ଉଦ୍ଧାର ହୋଇଥିଲେ । ସେମାନେ ପୋଲିସକୁ କହିଥିଲେ, ୨ଜଣଙ୍କୁ କିଛି ଅଜଣା ମୁଖାପିନ୍ଧା ଯୁବକ ଅପହରଣ କରି ଏକ ଟ୍ରକରେ ନେଇ ଯାଉଥିଲେ । ତେବେ ଏକ ଚେକ୍‌ ଗେଟ୍‌ ନିକଟରେ କୌଶଳ କରି ଖସି ଆସିଥିଲେ । କିନ୍ତୁ ସିସିଟିଭି ଫୁଟେଜରୁ ଜଣାପଡିଥିଲା ଅପହରଣ ସତ । ୨ ଛାତ୍ରଙ୍କୁ ଉଦ୍ଧାର ପରେ ସେମାନଙ୍କ ପରିବାର ଲୋକଙ୍କୁ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.