ଆମିବା ଯୋଗୁଁ ୧୫ ବର୍ଷୀୟ ବାଳକ ମୃତ, ସୁଇମିଂ ପୁଲରେ ଗାଧୋଇଥିବା ବେଳେ ନାକ ମାଧ୍ୟମରେ ପ୍ରବେଶ କରିଥିଲା

ନାବାଳକଙ୍କ ଜୀବନ ନେଲା ଆମିବା । କେରଳର ଆଲ୍ଲାପୁଝା ଜିଲ୍ଲାରେ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ର ଗୁରୁନାଥଙ୍କ ଆମିବା ଯୋଗୁଁ ମୃତ୍ୟୁ ହୋଇଛି । ସୁଇମିଂ ପୁଲରେ ଗାଧୋଇଥିବା ବେଳେ ନାକ ମାଧ୍ୟମରେ ପ୍ରବେଶ କରିଥିଲା ଆମିବା ।

କେରଳର ଆଲ୍ଲାପୁଝା ଜିଲ୍ଲାର ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ବ୍ରେନ୍‌ ଇଟିଂ ଆମିବା ଦ୍ୱାରା ହୋଇଛି । ଆଲ୍ଲାପୁଝା ଜିଲ୍ଲାର ଦଶମ ଶ୍ରେଣୀର ଛାତ୍ର ଗାଧୋଇବା ସମୟରେ ତାଙ୍କ ନାକ ମାଧ୍ୟମରେ ପ୍ରବେଶ କରିଥିଲା ମସ୍ତିଷ୍କ ଖାଉଥିବା ଆମିବା। ଫଳରେ ଆଲ୍ଲାପୁଝା ପୋକାକାଲର ୧୫ ବର୍ଷୀୟ ଗୁରୁନାଥଙ୍କର ମୃତ୍ୟୁ ହୋଇଥିଲା।

ସୂଚନା ମୁତାବକ, ଜୁଲାଇ ୨ତାରିଖରେ ଜ୍ୱରରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୭ ତାରିଖରେ ଗୁରୁନାଥ ପ୍ରାଣ ହରାଇଛନ୍ତି। ଏକ ସ୍ୱିମିଂ ପୁଲରେ ଗାଧୋଇବାକୁ ଯାଇଥିବା ବେଳେ ମସ୍ତିଷ୍କ ଖାଉଥିବା ଆମିବା ତାଙ୍କ ନାକ ଦ୍ୱାରା ମସ୍ତିଷ୍କକୁ ପ୍ରବେଶ କରିଥିବା ଡାକ୍ତର କହିଛନ୍ତି । ତେବେ ଏହାକୁ ଡାକ୍ତରୀ ଭାଷାରେ ନାଏଗଲେରିଆ ଫୌଲେରୀ କୁହାଯାଇଥାଏ। ଏହାର ଅର୍ଥ ଏକକୋଷୀ ଜୀବନ୍ତ ବୀଜାଣୁ। ଏହା ସାଧାରଣତଃ ଉଷ୍ମ ସତେଜ ଜଳରେ ହ୍ରଦ, ନଦୀ ଓ ଉଷ୍ଣ ପ୍ରସବଣରେ ଦେଖାଯାଇଥାଏ। ମାଟିରେ ମଧ୍ୟ ଏହି ବୀଜାଣୁ ବଞ୍ଚିପାରେ। ନାଏଗଲେରିଆ ଫୌଲେରୀ ମଣିଷ ଶରୀରରେ ପ୍ରବେଶ କରିବା ପରେ ମଣିଷର ମୃତ୍ୟୁ ସୁନିଶ୍ଚିତ ।

ଏହି ବୀଜାଣୁ ମସ୍ତିଷ୍କର ସମସ୍ତ ସେଲ୍‌କୁ ଖାଇଦିଏ । ଜ୍ୱର, ମୁଣ୍ଡବିନ୍ଧା, ବାନ୍ତି ଲାଗିବା ହେଉଛି ଏହି ରୋଗର ଲକ୍ଷଣ । ଆମିବା ଆକ୍ରମଣ କରିବାର ୨ ସପ୍ତାହରେ ଏମିତି ଲକ୍ଷଣ ଦେଖାଯାଏ । ୨୦୧୭ରେ କେରଳରେ ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା । ସେହିପରି ସାଉଥ କୋରିଆରେ ୫୦ ବର୍ଷୀୟ ବ୍ୟକ୍ତି ମଧ୍ୟ ଆମିବା ଆକ୍ରମଣ ଯୋଗୁଁ ମୃତ୍ୟୁ ହୋଇଥିଲା । ଇସ୍ରାଏଲରେ ୩୬ ବର୍ଷୀୟ ଯୁବକଙ୍କ ମଧ୍ୟ ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.