ଚାଲିଗଲେ ମିଥୁନଙ୍କ ମା’ ଶାନ୍ତିରାଣୀ, ଭାଙ୍ଗି ପଡିଛନ୍ତି ମିଥୁନ

ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ମିଥୁନ ଚକ୍ରବର୍ତ୍ତୀଙ୍କ ମା’ । ଦୀର୍ଘଦିନରୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ମିଥୁନଙ୍କ ମା’ଙ୍କ ଦେହାନ୍ତରେ ଭାଙ୍ଗିପଡିଛନ୍ତି ଅଭିନେତା ।

ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ମା’ ଶାନ୍ତିରାଣୀଙ୍କ ପରଲୋକ ହୋଇଛି । ସେ ଦୀର୍ଘଦିନରୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ଜୁଲାଇ ୬ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଶାନ୍ତିରାଣୀ । ମିଥୁନଙ୍କ ସାନ ପୁଅ ଜେଜେ ମାଙ୍କ ନିଧନ ହେବା ସୂଚନା ଦେଇଛନ୍ତି । ଏହି ଖବର ମିଳିବା ପରେ ବଲିଉଡ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି । ଆଉ ଏଭଳି ସମୟରେ ଅଭିନେତାଙ୍କୁ ସାନ୍ତ୍ୱନା ଦେଇଛନ୍ତି ।

ଶାନ୍ତିରାଣୀ ମୁମ୍ବାଇରେ ମିଥୁନଙ୍କ ପତ୍ନୀ ଯୋଗିତା ଏବଂ ପିଲାଙ୍କ ସହିତ ମୁମ୍ବାଇରେ ରହୁଥିଲେ । ଏହା ପୂର୍ବରୁ ସେ କୋଲକତାରେ ରହୁଥିଲେ । ୨୦୨୦ରେ ମିଥୁନଙ୍କ ବାପା ବସନ୍ତ କୁମାର ଚକ୍ରବର୍ତ୍ତୀଙ୍କ ପରଲୋକ ହୋଇଥିଲା ।
ତୃଣମୂଳ କଂଗ୍ରେସ ପ୍ରବକ୍ତା କୃଣାଲ ଘୋଷ ଶାନ୍ତିରାଣୀଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି । ସେ ଟ୍ଵିଟ୍‌ କରି ଲେଖିଛନ୍ତି, ମିଥୁନ ଚକ୍ରବର୍ତ୍ତୀଙ୍କ ମା’ଙ୍କ ନିଧନରେ ଦୁଃଖ ପ୍ରକାଶ କରୁଛି । ମିଥୁନ ଏବଂ ତାଙ୍କ ପରିବାରଙ୍କୁ ସହନ ଶକ୍ତି ମିଳୁ ।

ସମସ୍ତଙ୍କ ଭଳି ମିଥୁନ ମଧ୍ୟ ନିଜ ବାପା ମାଙ୍କୁ ବହୁତ ଭଲ ପାଉଥିଲେ । ଆଉ ମା’ଙ୍କ ମୃତ୍ୟୁ ପରେ ମିଥୁନ ବହୁତ ଭାଙ୍ଗିପଡିଛନ୍ତି । ଈଶ୍ୱର ତାଙ୍କୁ ଧୈର୍ଯ୍ୟ ଶକ୍ତି ଦିଅନ୍ତୁ ବୋଲି ଫ୍ୟାନ୍ସ ପ୍ରାର୍ଥନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.