ଚାଟ୍ସ ଫିଲ୍ଟର ପାଇଁ WhatsApp ଆଣିଲା ମସ୍ତ ଫିଚର

ମେଟା ହ୍ଵାଟ୍ସଆପ ଚାଟ୍ସକୁ ଭଲଭାବେ ଅର୍ଗାନାଇଜ କରିବା ପାଇଁ ୟୁଜର୍ସଙ୍କୁ ୩ଟି ନୂଆ ଅପ୍ସନ ଦେବାକୁ ଯାଉଛି ।ଏହା ସାହାଯ୍ୟରେ ୟୁଜର୍ସମାନେ ଚାଟ୍ସକୁ ଭଲଭାବେ ଅର୍ଗାନାଇଜ କରିପାରିବେ ।

ସମଗ୍ର ଦୁନିଆରେ ହ୍ଵାଟ୍ସଆପର ୨ ବିଲିୟନରୁ ଅଧିକ ଆକ୍ଟିଭ ୟୁଜର୍ସ ଅଛନ୍ତି । ୟୁଜର୍ସମାନଙ୍କ ଏକ୍ସପେରିଏନ୍ସକୁ ବଢ଼ାଇବା ପାଇଁ କମ୍ପାନୀ ଅନେକ ସମୟରେ ଆପକୁ ଅପଡେଟ କରିଥାଏ । ଏଭଳି ଏକ ଆପ ସାହଯ୍ୟରେ ଲୋକମାନେ ବିଭିନ୍ନ କାର୍ଯ୍ୟ ସହଜରେ କରିଥାନ୍ତି । ଜରୁରୀ ସୂଚନା ଦେବା ପାଇଁ ହ୍ଵାଟ୍ସଆପ ଏକ ଭଲ ମାଧ୍ୟମ । ବର୍ତ୍ତମାନ ସମୟରେ ଲୋକମାନେ ନିଜର ସମସ୍ତ କାର୍ଯ୍ୟରେ ହ୍ଵାଟ୍ସଆପ ବ୍ୟବହାର କରୁଛନ୍ତି । ପିଲାମାନଙ୍କ ପାଠ ପଢିବା କ୍ଷେତ୍ରରେ ମଧ୍ୟ ହ୍ଵାଟ୍ସଆପ ଏକ ସହଜ ଏବଂ ସରଳ ଆପ ଭାବେ ବ୍ୟବହାର ହେଉଛି । ଏହି ଆପ ଦ୍ୱାରା ଲୋକମାନେ ନିଜ ସମ୍ପର୍କୀୟଙ୍କ ସହ ଯୋଡ଼ି ହୋଇଥାନ୍ତି । ୟୁଜର୍ସଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆପରେ ବିଭିନ୍ନ ପରିବର୍ତ୍ତନ କରାଯାଇଥାଏ । ତେବେ ଖୁବଶୀଘ୍ର ମେଟା ହ୍ଵାଟ୍ସଆପ ଚାଟ୍ସକୁ ଭଲଭାବେ ଅର୍ଗାନାଇଜ କରିବା ପାଇଁ ୟୁଜର୍ସଙ୍କୁ ୩ଟି ନୂଆ ଅପ୍ସନ ଦେବାକୁ ଯାଉଛି । ହ୍ଵାଟ୍ସଆପରେ ଡେଭଲ୍ପମେଣ୍ଟ ଉପରେ ନଜର ରଖୁଥିବା ଏକ େଓ୍ଵବସାଇଟ Wabetainfo ଅନୁସାରେ, କମ୍ପାନୀ ଏକ ନୂଆ ଟୁଲ ଉପରେ କାମ କରୁଛି ଯାହା ୟୁଜର୍ସଙ୍କ ଚାଟ୍ସକୁ ମ୍ୟାନେଜ କରିବା ପାଇଁ ୩ଟି ଫିଲ୍ଟର ଦେବ । ଏହା ସାହାଯ୍ୟରେ ୟୁଜର୍ସମାନେ ଚାଟ୍ସକୁ ଭଲଭାବେ ଅର୍ଗାନାଇଜ କରିପାରିବେ ।

ମେଟା ଚାଟ ଲିଷ୍ଟରେ ଖୁବଶୀଘ୍ର ୩ଟି ନୂଆ ଅପ୍ସନ ଦିଆଯିବ, ଯେଉଁଥିରେ unread, personal ଏବଂ business ସାମିଲ ହେବ । ଏହା ଉପରେ କ୍ଲିକ କରିବା ମାତ୍ରେ ଚାଟ ଫିଲ୍ଟର ଅଧିନରେ ଆସିଯିବ ଏବଂ ଆପଣ ଚାଟ୍ସକୁ ସହଜରେ ଅର୍ଗାନାଇଜ କରିପାରିବେ । ଏହି ନୂଆ ଅପ୍ସନ ଦ୍ୱାରା ଆପଣଙ୍କ ସମୟ ବଞ୍ଚିବ । ତେବେ ଏହି ଅପଡେଟ କେବଳ ହ୍ଵ୍ଵାଟ୍ସଆପର ବିଟା ଭର୍ସନ 2.23.14.17 ରେ ଦେଖାଯାଉଛି । ଆଗାମୀ ସମୟରେ କମ୍ପାନୀ ଏହାକୁ ସମସ୍ତଙ୍କ ପାଇଁ ରୋଲ ଆଉଟ କରିବ । କିନ୍ତୁ ମେଟା ଏଥିରେ ଗୋଟିଏ ଅପ୍ସନ, ଗ୍ରୁପ ପାଇଁ ଯୋଡ଼ିବାର ଥିଲା କାରଣ ହ୍ଵାଟ୍ସଆପରେ ଅଧିକାଂଶ ଲୋକ କମ୍ପାନୀ କିମ୍ବା ପରିବାର କନ୍‌ଭର୍ସେସନ ପାଇଁ ଗ୍ରୁପର ବ୍ୟବହାର କରିଥାନ୍ତି । କମ୍ପାନୀ ଆଗାମୀ ସମୟରେ ଏଭଳି ଅପ୍ସନ ଦେଇପାରେ ବୋଲି ଆଶା କରାଯାଉଛି ।

ହ୍ଵାଟ୍ସ ଆପ ଓ୍ଵିଣ୍ଡୋ ଆପରେ କମ୍ପାନୀ ଏକ ନୂଆ ଟେକ୍ସଟ୍‌ ରିସାଇଜ ଅପ୍ସନ ଦେଇଛି, ଯାହା ଦ୍ୱାରା ୟୁଜର୍ସ ଆପରେ ଟେକ୍ସଟ୍‌ ସାଇଜକୁ ବଢ଼ାଇ ପାରିବେ । ୟୁଜର୍ସମାନେ ସର୍ଟକଟ କି’ ର ମଧ୍ୟ ବ୍ୟବହାର କରିପାରିବେ । ସେଟିଙ୍ଗରେ ଥିବା ପର୍ସନାଲାଇଜେସନରେ ଆପଣ ଟେକ୍ସଟ୍‌ ରିସାଇଜ ଅପ୍ସନ ପାଇ ପାରିବେ । ଏହା ବ୍ୟତୀତ ମେଟା ଅନେକ ନୂତନ ଫିଚର୍ସ ଉପରେ କାମ କରୁଛି, ଯାହା ଆଗାମୀ ସମୟରେ ୟୁଜର୍ସ ପାଇବେ । ଏହି ଫିଲ୍ଟର ଅପ୍ସନ ଦ୍ୱାରା ୟୁଜର୍ସମାନେ ଉପକୃତ ହେବେ ବୋଲି କମ୍ପାନୀ ଆଶା ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.