Below header

ବଲାଙ୍ଗିର: ଟ୍ରାକ୍ଟର ଭଡାକୁ ନେଇ ହତ୍ୟାକାଣ୍ଡ,ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷରେ ୨ଜଣଙ୍କ ମୃତ୍ୟୁ

ବଲାଙ୍ଗିର(କେନ୍ୟୁଜ୍): ଟ୍ରାକ୍ଟର ଭଡା ପାଇଁ ଡବଲ ମର୍ଡର। ବଲାଙ୍ଗିର ବେଳପଡ଼ା ଥାନା ଦରଲୀ ମୁଣ୍ଡା ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। ଦୁଇ ପରିବାର ମଧ୍ୟରେ ସଂଘର୍ଷରେ ୨ଜଣଙ୍କ ମୃତ୍ୟୁ ହେବା ସହ ୮ଜଣ ଗୁରୁତର ହୋଇଛନ୍ତି। ୫ ଜଣ ଗୁରୁତରଙ୍କୁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରାଯାଇଛି।

ଅଭିଯୋଗ ଅନୁଯାୟୀ ଦର୍ଲିମୁଣ୍ଡା ଗାଁର ମୋତିଲାଲ୍‌ ବନଛୋରଙ୍କ ଗୋଟିଏ ଟ୍ରାକ୍ଟର ଅଛି। ତାଙ୍କୁ ସେହି ଗାଁର ମଙ୍ଗଲ ରାଉତ ଚଳାଉଥିଲେ। ହେଲେ ତାଙ୍କୁ ନିୟମିତ ପାଉଣା ମିଳୁନଥିଲା। ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ତେବେ ଗତକାଲି ଏହା ଉଗ୍ର ରୂପ ଧାରଣ କରିଥିଲା। ବେଲପଡ଼ା ଥାନା ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.