Below header

ସୁନା କିଣିବାକୁ ଚାହୁଁଛନ୍ତିକି ? ତେବେ ଶୀଘ୍ର କରନ୍ତୁ, କମିଛି ସୁନା ଦର

ଶନିବାର ସନ୍ଧ୍ୟା ସୁଦ୍ଧା ଭାରତୀୟ ବଜାରରେ ସୁନା ଦରରେ ଏକ ବଡ଼ ଧରଣର ହ୍ରାସ ଘଟିଥିବା ନେଇ ଲକ୍ଷ କରାଯାଇଛି । ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୦୦ ଟଙ୍କା ଖସି ୪୯,୦୦୦ ଟଙ୍କାରୁ ୪୮,୫୦୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ବି ସମାନ ଭାବେ ୧୦ ଗ୍ରାମ ପ୍ରତି ୫୦୦ ଟଙ୍କା ହ୍ରାସ ପାଇ ୪୮,୦୦୦ ଟଙ୍କାରୁ ୪୭,୫୦୦ ଟଙ୍କାରେ ପହଁଚିଥିବା ନେଇ ରେକର୍ଡ ହୋଇଛି । ସେପଟେ ଓଡିଶା ରାଜଧାନୀ ଭୁବନେଶ୍ୱରରେ ଶନିବାର ସନ୍ଧ୍ୟା ସୁଦ୍ଧା ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ଦର ଯଥାକ୍ରମେ ୫୧,୧୭୦ ଟଙ୍କା ଓ ୪୬,୮୯୦ ଟଙ୍କା ଥିବା ରେକର୍ଡ ହୋଇଛି । ଭାରତର ଅନ୍ୟତମ ପ୍ରମୁଖ ସହର ମାନଙ୍କରେ ବି ଏହି ମୂଲ୍ୟବାନ ଧାତୁ ମୂଲ୍ୟରେ ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୮,୫୦୦ ଟଙ୍କା ଓ ୪୭,୫୦୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ରାଜଧାନୀ ଦିଲ୍ଲୀରେ ଏହି ମୂଲ୍ୟ ଯଥାକ୍ରମେ ୪୯,୦୦୦ ଟଙ୍କା ଓ ୪୭,୮୦୦ ଟଙ୍କା ଥିବା ରେକର୍ଡ ହୋଇଛି ।

ସେପଟେ ଦକ୍ଷିଣ ଭାରତର ପ୍ରମୁଖ ସହର ଭାବେ ଜଣା ଚେନ୍ନାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ଦର ଯଥାକ୍ରମେ ୫୧,୧୭୦ ଟଙ୍କା ଓ ୪୬,୮୯୦ ଟଙ୍କା ଥିବା ଜଣାଯାଇଛି । ଯେବେକି ପୂର୍ବ ଭାରତର ପ୍ରମୁଖ ସୁନା ବଜାର ଭାବେ ଜଣା କୋଲକାତାରେ ଏହି ଦର ଯଥାକ୍ରମେ ୪୯,୬୬୦ ଟଙ୍କା ଓ ୪୮,୦୮୦ ଟଙ୍କା ଛୁଇଁଥିବା ନେଇ ରେକର୍ଡ ହୋଇଛି । ଗୋଟେ ପଟେ ସୁନା ଦର ହ୍ରାସ ପାଇଥିବା ବେଳେ ଅନ୍ୟ ପଟେ ରୂପା ଦରରେ ସାମାନ୍ୟ ଧରଣର ବୃଦ୍ଧି ଘଟିଥିବା ଜଣାଯାଇଛି । ରୁପା ମୂଲ୍ୟ କିଲୋଗ୍ରାମ ପ୍ରତି ୪୦ ଟଙ୍କା ବୃଦ୍ଧି ପାଇ ୫୧,୯୬୦ ଟଙ୍କାରୁ ବଢି ୫୨,୦୦୦ ଟଙ୍କାରେ ପହଁଚିଥିବା ଜଣାଯାଇଛି । ଅନ୍ୟପକ୍ଷରେ ଅନ୍ତରାଷ୍ଟ୍ରୀୟ ବଜାରରେ ବି ଶନିବାର ସନ୍ଧ୍ୟା ସୁଦ୍ଧା ସୁନା ମୂଲ୍ୟରେ ସାମାନ୍ୟ ବୃଦ୍ଧି ଘଟିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.