ପୁରୀ: କଣସା ସଙ୍ଗରୋଧରେ ରହୁଥିବା ୫ଜଣ ବ୍ୟକ୍ତିଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କଲେ ଦୁର୍ବୁତ୍ତ

କେନ୍ୟୁଜ୍(ବ୍ୟୁରୋ): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ । ପୁରୀ ଜିଲ୍ଲା କଣାସ ସଙ୍ଗରୋଧରେ ରହୁଥିବା ୫ଜଣ ବ୍ୟକ୍ତିଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କଲେ ଦୁର୍ବୁତ୍ତ । କଣାସ ପୋଲିସ ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ କଣାସ ଓ ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି ।

ଆହତମାନେ ହେଲେ ଶଶାଙ୍କ ପ୍ରଧାନ, ରୂପକ ପ୍ରଧାନ, ଗଣେଷ ପ୍ରଧାନ, ବଳରାମ ଜେନା ଓ ବଳିଆ ପ୍ରଧାନ । ସୂଚନା ଅନୁଯାୟୀ, ଗତ ୨୦୧୫ରେ କଣାସ ବଜାରରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ ହତ୍ୟା ଘଟଣାରେ କିଛି ବ୍ୟକ୍ତି ସାକ୍ଷୀ ଦେଇଥିଲେ । ସେମାନଙ୍କୁ ଭୟଭୀତ କରିବା ପାଇଁ ଗତ କାଲି ରାତିରେ କଣାସ ବଜାର ସ୍ଥିତ ସଙ୍ଗରୋଧକୁ ଟେକାମାଡ କରାଯାଇଥିଲା । ବାହାରକୁ ଆସି ଦେଖିବା ବେଳେ ସେମାନଙ୍କୁ ଅତର୍କିକ ଭାବରେ ଆକ୍ରମଣ କରାଯାଇଥିଲା । ଘଟଣାସ୍ଥଳରେ ଉତ୍ତେଜନା ରହିଥିବା ବେଳେ କଣାସ ପୋଲିସ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.