Below header

ବିଗ୍ ଵି ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକଙ୍କୁ କରୋନା, ମୁମ୍ବାଇ ସ୍ଥିତ ନାନାବତି ହସ୍ପିଟାଲକୁ କରାଗଲା ସ୍ଥାନାନ୍ତର

କେନ୍ୟୁଜ୍(ବ୍ୟୁରୋ):ବିଗ୍‌ ବିଙ୍କୁ କରୋନା। ବଲିଉଡ୍‌ର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ କରୋନା। ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କଠାରେ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅମିତାଭଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିବା ପରେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। କରୋନା ନେଇ ନିଜେ ଅମିତାଭ୍‌ ବଚ୍ଚନ ଟ୍ଵିଟ୍‌ କରି ସୂଚନା ଦେଇଥିଲେ। ଶେଷଥର ପାଇଁ ସେ ଗୁଲାବୋ ସିତାବୋରେ ପରଦାକୁ ଆସିଥିଲେ। ଅମିତାଭଙ୍କୁ କରୋନା ଜଣାପଡିବା ପରେ ତାଙ୍କ ପ୍ରଶଂସକଙ୍କ ମହଲରେ ତାଙ୍କ ଆରୋଗ୍ୟ କାମନା କରାଯାଇଛି। ଅମିତାଭଙ୍କ ପରିବାର ଲୋକେ ଓ କର୍ମଚାରୀଙ୍କ ମଧ୍ୟ କୋଭିଡ୍‌ ଚେଷ୍ଟ ହୋଇଛି। ତେବେ ଜୟା ବଚ୍ଚନ, ଐଶର୍ଯ୍ୟାଙ୍କ ସମେତ ଅନ୍ୟ ମାନଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.