କୋରାପୁଟ ପଞ୍ଚଡାରେ ରାସ୍ତା ତଳକୁ ଖସିଲା ବାଇକ୍‌, ଦୁଇ ମୃତ

କୋରାପୁଟ(କେନ୍ୟୁଜ୍‌) : କୋରାପୁଟ ଜିଲ୍ଳା କାକିରିଗୁମ୍ମା ଥାନା ଅନ୍ତର୍ଗତ ପଞ୍ଚଡା ନିକଟରେ ଏକ ସଡକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ଘର ଡି.ପଞ୍ଚଡା ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ଏକ ବାଇକରେ ପ୍ରତାପ ସାଗର ଓ ଜିତୁ ଭତ୍ରା ପଞ୍ଚଡାରୁ ନିଜ ଗାଁ ଡି. ପଞ୍ଚଡା ଅଭିମୁଖେ ଫେରୁଥିଲେ। ଫେରିବା ବାଟରେ ସେମାନେ ଭାରସାମ୍ୟ ହରାଇ ରାସ୍ତା କଡରେ ପିଟି ହୋଇ ଯାଇଥିଲେ ।

ଫଳରେ ଦୁହେଁ ଛିଟିକି ପଡିଥିଲେ। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଅନ୍ୟ ଜଣଙ୍କର କୋରାପୁଟ ମେଡିକାଲରେ ମୃତ୍ୟୁ ହୋଇଛି । କାକିରିଗୁମ୍ମା ପୁଲିସ ଏଥିନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.