Below header

କେବିସି ୧୨ : ହିନ୍ଦୁ ଗ୍ରନ୍ଥ ମନୁସ୍ମୃତି ଉପରେ ପଚରା ଯାଇଥିବା ପ୍ରଶ୍ନକୁ ନେଇ ଅମିତାଭ ବଚ୍ଚନ ଓ ସୋ ନିର୍ମାତାଙ୍କ ନାମରେ ମାମଲା

ମୁମ୍ବାଇ : କୈାନ ବନେଗା କରୋଡପତିରେ ପଚରା ଯାଇଥିବା ପ୍ରଶ୍ନକୁ ନେଇ ଅଭିନେତା ଅମିତାଭ ବଚ୍ଚନ ଓ କେବିସି ଶୋ’ ନିର୍ମାତାଙ୍କ ନାମରେ ମାମଲା ରୁଜୁ କରିଛନ୍ତି ଜଣେ ବିଜେପି ବିଧାୟକ । କେବିସିରେ ଅମିତାଭ ପଚାରିଥିବା ପ୍ରଶ୍ନ ହିନ୍ଦୁ ଧାର୍ମିକ ଭାବାବେଗକୁ ଆଘାତ ଦେଇଛି ବୋଲି ବିଧାୟକ ଅଭିମନ୍ୟୁ ପାଓ୍ଵାର ଅଭିଯୋଗ କରିଛନ୍ତି ।

kbc-0

କୈାନ ବନେଗା କରୋଡପତି(କେବିସି ୧୨) ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହୋଇଛି । ଏହି ଶୋ’ ସୋନି ଟିଭିରେ ପ୍ରସାରିତ ହେଉଛି । ଏହି କାର୍ଯ୍ୟକ୍ରମରେ ଅମିତାଭ ପଚାରିଥିଲେ ‘୧୯୯୭ ମସିହା ଡିସେମ୍ବର ୨୫ ତାରିଖରେ ଭୀମରାଓ ଆମ୍ବେଦକର ଓ ତାଙ୍କ ସମର୍ଥକ ଏଥି ମଧ୍ୟରୁ କେଉଁ ଗ୍ରନ୍ଥ ଜଳାଇଥିଲେ । ବିକଳ୍ପ ଦିଆଯାଇଥିଲା ବିଷ୍ଣୁ ପୁରାଣ, ଶ୍ରୀମଦ୍‌ ଭଗବତ୍‌ ଗୀତା, ଋକବେଦ ଓ ମନୁସ୍ମୃତି ।
ଯାହାକୁ ନେଇ ବିଧାୟକ ପ୍ରଶ୍ନ କରିଥିଲେ ଯେ ଏହାର ବିକଳ୍ପ ସ୍ଥାନରେ କେବଳ ହିନ୍ଦୁ ଗ୍ରନ୍ଥ ନ ନିଆଯାଇ ଅନ୍ୟ ଧର୍ମର ଗ୍ରନ୍ଥ ମଧ୍ୟ ନିଆଯାଇ ପାରିଥାନ୍ତା । ହେଲେ ୪ଟି ବିକଳ୍ପ ଜାଣିକରି ହିନ୍ଦୁ ଧର୍ମ ଗ୍ରନ୍ଥ ନାମ ନିଆଯାଇଛି । ଏଭଳି ପ୍ରଶ୍ନ କରି ଅମିତାଭ ହିନ୍ଦୁ ଧର୍ମ ଗ୍ରନ୍ଥକୁ ଅପମାନିତ କରିଛନ୍ତି । ହିନ୍ଦୁ ଓ ବୈାଦ୍ଧ ଧର୍ମ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଅମିତାଭ ଓ ଏହାର ଶୋ’ ନିର୍ମାତା ଉଦ୍ୟମ କରୁଛନ୍ତି ବୋଲି ବିଧାୟକ ଅଭିଯୋଗ କରିଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.