ସିଂହଦ୍ୱାର ନିକଟରୁ ପତିତପାବନଙ୍କୁ ଦର୍ଶନ କରୁଛନ୍ତି ଭକ୍ତ, ଏବେ କରାଗଲା ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ(କେନ୍ୟୁଜ ବ୍ୟୁରୋ): ଶ୍ରୀମନ୍ଦିରରେ ପତିତପାବନ ଦର୍ଶନ ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରାଯାଇଛି । ଦୀର୍ଘ ୮ ମାସ ଧରି ଭକ୍ତ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ୍‌ ବାହାରୁ ପତିତପାବନଙ୍କୁ ଦର୍ଶନ କରୁଥିଲେ । କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଉନ୍ନତ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ହୋଇଥିବା ଅସ୍ଥାୟୀ ବ୍ୟାରିକେଡ଼ ମାଧ୍ୟମରେ ଯାଇ ଶ୍ରଦ୍ଧାଳୁ ଅତି ନିକଟରୁ ପତିତପାବନଙ୍କୁ ଦର୍ଶନର ସୌଭାଗ୍ୟ ପାଇଛନ୍ତି ।

ତେବେ ପ୍ରସ୍ଥାନ କରିବା ବେଳେ କାକୁଡି ଖାଇ ଛକ କିମ୍ବା ଯେଉଁ ପଟେ ଯାଉଛନ୍ତି ସେହି ପଟେ ପ୍ରସ୍ଥାନ କରି ପାରିବେ । ତେବେ ଏହି ବ୍ୟବସ୍ଥାକୁ ସ୍ୱାଗତ କରିଛନ୍ତି ଭକ୍ତ । ଅନ୍ୟପଟେ ମହାଧାର୍ମିକ କାର୍ତ୍ତିକ ମାସ ପାଇଁ ଅନ୍ତତଃ ଗୋଟିଏ ଘଣ୍ଟା ଶ୍ରୀମନ୍ଦିର ଭିତରେ ବାହାର କାଠ ନିକଟରୁ ଦର୍ଶନ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ଯ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.