Below header

ମିସ ଇଣ୍ଟରନେସନାଲ ଫେସନ ଫିଏଷ୍ଟା ୨୦୨୦_୨୧ ଫାଇନାଲ ରାଉଣ୍ଡରେ କୋରାପୁଟ ଝିଅ ପ୍ରାଞ୍ଜଲ ପାତ୍ର

କେନ୍ୟୁଜ (ବ୍ୟୁରୋ): କୋରାପୁଟ ଜିଲ୍ଲା କୋଟପାଡର ଝିଅଙ୍କ କୃତିତ୍ବ । ମିସ ଇଣ୍ଟରନେସନାଲ ଫେସନ ଫିଏଷ୍ଟା ୨୦୨୦_୨୧ ଫାଇନାଲ ରାଉଣ୍ଡରେ ପହଞ୍ଚିଛନ୍ତି କୋରାପୁଟ ଝିଅ ପ୍ରାଞ୍ଜଲ । ନଭେମ୍ବର ୨ ଓ ୩ ତାରିଖରେ ଗୋଆଠାରେ ଅନୁଷ୍ଠିତ ସେମିଫାଇନାଲ ପ୍ରତିଦ୍ବନ୍ଦିତାରେ ସଫଳତା ହାସଲ କରି ଫାଇନାଲରେ ପ୍ରବେଶ କରିଛନ୍ତି ପ୍ରାଂଜଲ ।

୩୦ ଜଣ ପ୍ରତିଯୋଗୀ ଭାଗନେଇଥିବା ବେଳେ ପ୍ରାଂଜଲ ପାତ୍ରଙ୍କ ସମେତ ୭ ଜଣ ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛନ୍ତି । ଓଡିଶାରୁ ଏକମାତ୍ର ପ୍ରତିଯୋଗୀ ଭାବେ କୃତିତ୍ୱ ହାସଲ କରିଛନ୍ତି । ତେବେ ଖୁବଶୀଘ୍ର ଶ୍ରୀଲଙ୍କାର କଲମ୍ବୋଠାରେ ଫାଇନାଲ ପ୍ରତିଯୋଗିତା ହେବାକୁ ଯାଉଛି । ପ୍ରତିଯୋଗିତାରେ ସଫଳତା ହାସଲ କରି କ୍ରାଉନ ହାସଲ କରିବାକୁ ଦୃଢ ବିଶ୍ବାସ ରଖିଛନ୍ତି ପ୍ରାଂଜଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.