Below header

ବାଲେଶ୍ୱର: ଭାରତ ନାଗରିକତ୍ୱ ପାଇବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଦୁଇ ରୁଷ ନାଗରିକ

ବାଲେଶ୍ୱର( କେ ନ୍ୟୂଜ): ଭାରତୀୟ ନାଗରିକତ୍ୱ ଗ୍ରହଣ ପ୍ରାପ୍ତ କରିବା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି ଋଷୀଆର ଦୁଇ ଜଣ ଇସ୍କନ ଭକ୍ତ । ବାଲେଶ୍ୱର ପ୍ରସିଦ୍ଧ ରେମୁଣା ସ୍ଥିତ କ୍ଷୀରଚୋରା ଗୋପୀନାଥଙ୍କ ପୀଠକୁ ବିଭିନ୍ନ ସମୟରେ ୫ ଥର ଆସିଛନ୍ତି ଏହି ଦୁଇଜଣ ଇସ୍କନ ଭକ୍ତ । ଏହି ଦୁଇ ରୁଷୀୟ ନାଗରିକ ହେଲେ ଆଣ୍ଡ୍ରି ଯେହେତୁନୋଭା ତାତିୟାନା ଓରଫ ତେଜସ୍ୱିନୀ ଦେବଦାସୀ ଓ ଓରଫ ଭରନୋଭ ସ୍ୱେଗେରାଇ ଓରଫ ଶକ୍ତି ତତ୍ତ୍ୱ ଦାସ । ଏହି ଦୁଇ ଜଣ ୨୦୨୦ ମସିହାରେ ଶେଷ ଥର ପାଇଁ ଆସିଥିଲେ । ହେଲେ ସେମାନଙ୍କର ଭିସାର ବୈଧତା ସରିଯାଇଥିବା ହେତୁ ଲକ ଡାଉନ ପରେ ସେମାନେ ଆଉ ନିଜ ଦେଶକୁ ଫେରିପାରି ନାହାନ୍ତି । କିନ୍ତୁ ଏହି ଦୁଇ ଭକ୍ତ ଆଉ ନିଜ ଦେଶକୁ ନ ଫରିବାର ନିଷ୍ପତ୍ତି ନେଇଥିବା ବେଳେ ସବୁଦିନ ପାଇଁ ରେମୁଣା ପ୍ରଭୂ କ୍ଷୀରଚୋରା ପୀଠରେ ରହି ପ୍ରଭୂଙ୍କ ସେବା କରିବା ପାଇଁ ସ୍ଥିର କରିଛନ୍ତି ।

ଏହି କାରଣରୁ ଭାରତୀୟ ନାଗରିକତ୍ୱ ଗ୍ରହଣ କରିବା ପାଇଁ ସ୍ଥିର କରିଛନ୍ତି । ଅପର ପକ୍ଷରେ ସେମାନେ ରହିଆସୁଥିବା ଭଡା ଘରେ ରହିଆସୁଥିବା ଘର ମାଲିକ ବି ସେମାନଙ୍କୁ ଆଉ ରଖିବାକୁ ରାଜି ହେଉନାହାନ୍ତି । ଭିସା ଅବଧି ସରିଯାଇଥିବାରୁ ଘର ମାଲିକ ସେମାନଙ୍କୁ ରଖିବାକୁ ଅମଙ୍ଗ ହେଉଥିବା ଜଣାଯାଇଛି । ନାଗରିକତ୍ବ ଆବେଦନ ନେଇ ଦୁହେଁ ଦୀର୍ଘ ସମୟ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଅପେକ୍ଷା କରିଥିଲେ ମଧ୍ୟ ଜିଲ୍ଲାପାଳଙ୍କ ସହ ସେମାନଙ୍କର ଏଯାବତ ଭେଟ ହୋଇପାରିନଥିବା ଜଣାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.