ପ୍ରକାଶ ପାଇଲା ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟଅଫ୍‌ ମାର୍କ,କଳା, ବିଜ୍ଞାନ, ବାଣିଜ୍ୟରେ ରେଭେନ୍ସା ଆଗରେ

କେନ୍ୟଜ୍(ବ୍ୟୁରୋ): ପ୍ରକାଶ ପାଇଲା ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟଅଫ୍‌ ମାର୍କ । କଳା, ବିଜ୍ଞାନ, ବାଣିଜ୍ୟ ତିନୋଟି ଷ୍ଟ୍ରିମ୍‌ରେ ରେଭେନ୍ସା ଆଗରେ । ରେଭେନ୍ସା ଉଚ୍ଚ ମାଧ୍ୟମିକ ସ୍କୁଲ ଯୁକ୍ତ ଦୁଇ ବିଜ୍ଞାନରେ କଟ୍‌ଅଫ ମାର୍କ ସର୍ବାଧିକ ୮୯ ପ୍ରତିଶତ ରହିଛି । ସେହିପରି ବାଣିଜ୍ୟରେ କଟଅଫ ମାର୍କ ୭୫.୮୩ ପ୍ରତିଶତ ଓ କଳାରେ ୭୨.୫ ପ୍ରତିଶତ କଟଅଫ୍‌ ରହିଛି ।

ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ ଦୁଇ ବିଜ୍ଞାନରେ କଟଅଫ ମାର୍କ ୮୮.୬ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନ ଓ ବ୍ରହ୍ମପୁର ସରସ୍ୱତୀ ବିଦ୍ୟାମନ୍ଦିର ଉଚ୍ଚ ମାଧ୍ୟମିକ ସ୍କୁଲ ୮୬.୬୭ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛି । ସେହିଭଳି ବାଣିଜ୍ୟରେ କଟଅଫ ମାର୍କରେ ଦ୍ୱିତୀୟ ସ୍ଥାନରେ ରାଉରକେଲାର ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ୭୫.୫ ପ୍ରତିଶତ ଥିବା ବେଳେ ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲ ୭୪ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛି ।

ଯୁକ୍ତ ଦୁଇ କଳାରେ ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲରେ କଟଅଫ ମାର୍କ ୭୧.୮୩ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ରାଉରକେଲା ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ୬୭.୮୩ ପ୍ରତିଶତ କଟଅଫ୍‌ ମାର୍କରେ ତୃତୀୟ ସ୍ଥାନରେ ରହିଛି । ରାଜ୍ୟରେ ଥିବା ୨୦୨୮ ଟି ଯୁକ୍ତ ୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୨୦୨୦-୨୧ ଶିକ୍ଷାବର୍ଷରେ ମୋଟ ୩ ଲକ୍ଷ ୮୦ ହଜାର ୮୯୬ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ଆବେଦନ କରିଥିଲେ ।

ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ନାମ ଲେଖା ପ୍ରକ୍ରିୟା । କୋଭିଡ ୧୯ ଗାଇଡଲାଇନକୁ ପାଳନ କରି କଲେଜ କ୍ୟାମ୍ପସ ରେ ସାନିଟାଇଜର, ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା,ମାସ୍କର ବ୍ୟବହାର ଓ ସାମାଜିକ ଦୁରତା ରଖିବାକୁ କୁହାଯାଇଛି । ଅକ୍ଟୋବର ୩ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶ ପାଇବ । ଦ୍ୱିତୀୟ ପର୍ଯ୍ୟାୟ ନାମ ଲେଖା ଅକ୍ଟୋବର ୫ରୁ ୭ ମଧ୍ୟରେ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.