Below header

ଝାରସୁଗୁଡା: ଦୁଇ ଦୁର୍ଦ୍ଦାନ୍ତ ଚୋରକୁ ଗିରଫ କରିବା ସହିତ ଲକ୍ଷାଧିକ ଟଙ୍କାର ଗହଣା ଓ ଟଙ୍କା ଜବତ କଲା ବେଳପାହାଡ଼ ପୋଲିସ୍

ଝାରସୁଗୁଡା(କେନ୍ୟୁଜ୍): ଝାରସୁଗୁଡା ଜିଲ୍ଲାରୁ ଦୁଇ ଦୁର୍ଦ୍ଦାନ୍ତ ଚୋରକୁ ଗିରଫ କରିବା ସହିତ ଏମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଗହଣା ଟଙ୍କା ସମେତ ମାରଣାସ୍ତ୍ର ଜବତ କରିଛି ବେଳପାହାଡ଼ ପୋଲିସ୍ । ଗିରଫ ଚୋର ମାନେ ହେଲେ ଇଲିୟାସ କରଣ ବିଶ୍ୱକର୍ମା ଏବଂ କରଣ ବାହାଦୂର। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରଜରାଜନଗର ଏସଡ଼ିପିଓ ନୃପଚରଣ ଦଣ୍ଡସେନା। ଏହି ଚୋର ମାନେ ବହୁ ଅପରାଧରେ ସମ୍ପୃକ୍ତ ରହିଛନ୍ତି । ତେବେ ଗତ ୧୪ ତାରିଖ ରେ ବେଳପାହାଡ଼ ଅଞ୍ଚଳରେ ଜଣଙ୍କ ଘରୁ କେହିନଥିବାର ସୁଯୋଗ ନେଇ ସୁନା ରୁପା ଗହଣା, ଟିଭି, ଟଙ୍କା ସହିତ ଅନ୍ୟାନ୍ୟ ଘରୋଇ ଉପକରଣ ଚୋରି କରି ନେଇ ପଳାଇଥିଲେ। ଏନେଇ ବେଳପାହାଡ଼ ଲିଖିତ ଅଭିଯୋଗ ପରେ ବେଳପାହାଡ଼ ପୋଲିସ ତଦନ୍ତ କରିଥିଲା । ଗତକାଲି ଏହି ଚୋରଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ବେଳପାହାଡ଼ ପୋଲିସ। ଆଜି ଉଭୟଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଏସଡ଼ିପିଓ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.