Below header

ଆପଣ ୧୦ମ ପାସ୍ କରିଛନ୍ତି କି? ମିଳିବ ରେଳ ବିଭାଗରେ ଚାକିରୀ

ଆପଣ ୧୦ମ ପାସ୍ କରିଛନ୍ତି କି ? ଯଦି ହଁ, ତେବେ ଆପଣମାନଙ୍କ ପାଇଁ ରେଳ ବିଭାଗରେ ଚାକିରୀ ପାଇବାର ସୁବର୍ଣ୍ଣ ସୁଯୋଗ ରହିଛି । ଏହି ଚାକିରୀ ପାଇଁ ସରକାରଙ୍କ ପକ୍ଷରୁ ବେଙ୍ଗାଲୁରୁରେ ଥିବା ରେଲ ହ୍ବିଲ ଫ୍ୟାକ୍ଟୋରୀ ତରଫରୁ ଆବେଦନ କରାଯାଇଛି। ଯଦି ଆପଣ ଯୋଗ୍ୟ ଅଛନ୍ତି, ତେବେ ଏହି ପଦବୀ ପାଇଁ ଆବେଦନ କରିପାରିବେ।
ଆବେଦନ କରିବା ପାଇଁ କ’ଣ କ’ଣ ଆବଶ୍ୟକ ?
ଶିକ୍ଷାଗତ ଯୋଗ୍ୟତା: ଆବେଦନକାରୀଙ୍କ ସର୍ବନିମ୍ନ ଯୋଗ୍ୟତା ୧୦ମ ପାସ୍ ହୋଇଥିବା ଆବଶ୍ୟକ।
ମହତ୍ବପୂର୍ଣ୍ଣ ତାରିଖ: ଆବେଦନ ପତ୍ର ଦାଖଲ କରିବାର ତାରିଖ ୨୯ ଜୁଲାଇ ରହିଥିବା ବେଳେ ଶେଷ ତାରିଖ ୨୭ ଅଗଷ୍ଟ ୨୦୧୯ ରହିଛି।
ପଦବୀ: ସ୍ପୋର୍ଟସ ପରସନ ( ସ୍ପୋଟର୍ସ କୋଟା): (୧୦)
ବୟସ ସୀମା: ଆବେଦନକାରୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୫ ବର୍ଷ ହୋଇଥିବା ଆବଶ୍ୟକ।
ଆବେଦନ ଶୁଳ୍କ: ଏସଟି/ଏସସି/ ପୂର୍ବତନ ସୈନିକ/ ଆର୍ଥିକ ପଛୁଆ ବର୍ଗଙ୍କ ପାଇଁ ୨୫୦ ଟଙ୍କା ରହିଛି। ସେହିଭଳି ଅନ୍ୟ ସମସ୍ତଙ୍କ ପାଇଁ ୫୦୦ ଟଙ୍କା ଆବେଦନ ଶୁଳ୍କ ଧାର୍ଯ୍ୟ କରାଯାଇଛି।
ଆବେଦନ ପ୍ରକ୍ରିୟା: ଇଚ୍ଛୁକ ଆବେଦନକାରୀ ରେଲ ହ୍ବିଲ ଫ୍ୟାକ୍ଟୋରୀର ୱେବସାଇଟ କିମ୍ବା rwf.indianrailways.gov.in ରେ ଉକ୍ତ ପଦବୀ ପାଇଁ ଆଦେବନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.