Below header

ରାଜ୍ୟର ୧୦ଟି ଜିଲ୍ଲାରେ ହେବ ବିଜ୍ଞାନ ପାର୍କ, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ : ଅଶୋକ ପଣ୍ଡା

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟରେ ୧୦ଟି ଜିଲ୍ଲାରେ ହେବ ବିଜ୍ଞାନ ପାର୍କ । ପ୍ରାଥମିକ ଭାବେ ତିନିଟି ଜିଲ୍ଲାରେ ପାର୍କ ପ୍ରତିଷ୍ଠା ହେବ । ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା । ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହା ସହ ରାଜ୍ୟରେ ୬ଟି ବିଜ୍ଞାନ ପ୍ରତିଷ୍ଠାନ ରହିଥିବା ମନ୍ତ୍ରୀ କହିଛନ୍ତି । ସେହିପରି ଆଜି ପ୍ରଶ୍ନକାଳରେ ଦକ୍ଷତା ବିକାଶ ପ୍ରସଙ୍ଗରେ ଆଲୋଚନା ହୋଇଛି । ୩୧ ମାର୍ଚ୍ଚ ସୁଦ୍ଧା ୨ ଲକ୍ଷ ୩୭ ହଜାର ୨୫୧ ଜଣ ନିଯୁକ୍ତି ପାଇଁ ପଞ୍ଜିକରଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୧୩ ହଜାର ୨୫୧ ଜଣ ନିଯୁକ୍ତି ପାଇଛନ୍ତି । ଗତ ୫ ବର୍ଷରେ ସେନାବାହିନୀର ୨୨ଟି ନିଯୁକ୍ତି ମେଳା ହୋଇଛି । ସେନାବାହିନୀର ୫ ହଜାର ୨୭ ଜଣ ନିଯୁକ୍ତି ପାଇଥିବା ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.