କାମିକା ଏକାଦଶୀ: ଜାଣନ୍ତୁ ଏହାର ପୂଜା ବିଧି

ହିନ୍ଦୁ ଧର୍ମରେ ଏକାଦଶୀକୁ ବହୁତ ମହତ୍ବପୂର୍ଣ୍ଣ ବୋଲି ଧରାଯାଏ। ଏହି ମାସର ୨୮ ତାରିଖ ଅର୍ଥାତ୍ ଆସନ୍ତାକାଲି କାମିକା ଏକାଦଶୀ ବ୍ରତ ପଡୁଥିବାରୁ ଏହାକୁ କରୁଥିବା ଲୋକଙ୍କୁ ପୂଣ୍ୟ ମିଳିଥାଏ। ଶ୍ରାବଣ ମାସରେ ଏହି ଏକାଦଶୀ ପଡିବା କାରଣରୁ ଏହାର ମହତ୍ତ୍ବ ଅଧିକ ବଢିଯାଇଥାଏ। ଯେଉଁ ବ୍ୟକ୍ତି ଏହି ଏକାଦଶୀକୁ ସଂପୂର୍ଣ୍ଣ ବିଧିବିଧାନ ଏବଂ ନିଷ୍ଠାପର ଭାବେ ପୂଜା କରିଥାନ୍ତି ତାହାର ସମସ୍ତ ଚିନ୍ତା ଏବଂ ଜନ୍ମ ମୃତ୍ୟୁ ବନ୍ଧନରୁ ମୁକ୍ତ ହୋଇଯାଆନ୍ତି। ପଦ୍ମ ପୁରାଣରେ ଏହି ବିଷୟରେ ଉଲ୍ଲେଖ ରହିଛି ଯେ, ଭଗବାନ ବିଷ୍ଣୁ ଧର୍ମରାଜ ଯୁଧିଷ୍ଠିରକୁ ଏକାଦଶୀର ଧାର୍ମିକ ମହତ୍ତ୍ବ ବିଷୟରେ କହିଥିଲେ। ଯେପରି ନାଗ ମଧ୍ୟରେ ଶେଷନାଗ, ପକ୍ଷୀମାନଙ୍କ ମଧ୍ୟରେ ଗରୁଡ ଏବଂ ଦେବତାଙ୍କ ମାନଙ୍କ ମଧ୍ୟରେ ବିଷ୍ଣୁ, ବୃକ୍ଷ ମଧ୍ୟରେ ବର ଏବଂ ମନୁଷ୍ୟ ମଧ୍ୟରେ ଶ୍ରେଷ୍ଠ ବ୍ରାହ୍ମଣ ହୋଇଥାନ୍ତି, ସେହିପରି ସମସ୍ତ ବ୍ରତ ମଧ୍ୟରେ ଏକାଦଶୀ ବ୍ରତ ସର୍ବଶ୍ରେଷ୍ଠ ଅଟେ।

puja vidhi
ଆସନ୍ତୁ ଜାଣିବା ଏହାର ପୂଜା ବିଧି
– କାମିକ ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କ ସମସ୍ତ ନାମକୁ ଜପ କରିବା ଆବଶ୍ୟକ। ଶ୍ରୀମଦଭଗବତ ଗୀତରେ ଭଗବାନ ଶ୍ରୀକୃଷ୍ଣ କାମିକଳ ଏକାଦଶୀ ବିଷୟରେ କହିଛନ୍ତି, ଯେଉଁ ବ୍ୟକ୍ତି ଏହି ଦିନ ନାରାୟଣଙ୍କ ପ୍ରତିମା ସମୁଖରେ ଘିଅ କିମ୍ବା ତେଲରେ ଦୀପ ଲଗାଇବ ତାକୁ ପୂଣ୍ୟ ମିଳିବ।
– କାମିକା ଏକାଦଶୀ ବ୍ରତ ରଖୁଥିବା ଲୋକ ଦଶମୀରୁ ଏହାର ପୂଜାର୍ଚ୍ଚନା କରିବା ଆବଶ୍ୟକ। କାମିକା ଏକାଦଶୀ ଦିନ ସକାଳୁ ନିତ୍ୟକର୍ମ ସାରି ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ସହ ଧୂପ, ଦୀପ, ଫଳ, ଫୁଲ ଏବଂ ନୈବେଦ ଅର୍ପଣ କରିବା ଆବଶ୍ୟକ। ପୁରାଦିନ ଭଗବାନ ବିଷ୍ଣୁଙ୍କ ସ୍ମରଣ କରିବା ଉଚିତ। କାହା ଉପରେ ମଧ୍ୟ ରାଗ, କ୍ରୋଧ ନ କରି ମନରେ ସ୍ବାତ୍ତିକ ବିଚାର ହିଁ ଆଣିବା ଦରକାର।
-ସନ୍ଧ୍ୟା ସମୟରେ ଜ୍ଞାନୀ ପଣ୍ଡିତଙ୍କ ସହିତ କାମିକ ଏକାଦଶୀ ବ୍ରତ କଥା ଶୁଣିବା ଦରକାର। ଏହାସହିତ ବିଷ୍ଣୁଙ୍କ ମନ୍ତ୍ର ‘ଓଁ ନମୋଃ ଭଗବତେ ବାସୁଦେବାୟ’ ଯଥାସମ୍ଭବ ଜପ କରିବା ଆବଶ୍ୟକ। ଏହାଛଡା ଏହିଦିନ ବିଷ୍ଣୁସହସ୍ରନାମ ପାଠ କରିବା ମଧ୍ୟ ଦରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.