Below header

ବିଏସ୍ଏନଏଲର ନୂଆ ପ୍ଲାନ୍; ୨୭୦ ଦିନର ଅବଧି ସହ ମିଳିବ ୧.୫ ଜିବି ଡାଟା

ଭାରତ ସଂଚାର ନିଗମ ଲିମିଡେଟ ନିଜ ଗ୍ରାହକଙ୍କ ମନ ଜିଣିବା ପାଇଁ ଲଗାତାର ଭାବେ ନୂଆ ପ୍ଲାନ୍ କରୁଛି। ନିଜ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଦୁଇଟି ନୂଆ ପ୍ରିପେଡ ଭାଉଚର ଆରମ୍ଭ କରିଛି। ଏହି ଭାଉଚର ୨୭୦ ଦିନ ପର୍ଯ୍ଯନ୍ତ ରହିବ।

ବିଏସ୍ଏନ୍ଏଲର ୧,୩୯୯ ଟଙ୍କା ପ୍ଲାନ

ବିଏସ୍ଏନଏଲର ପ୍ରଥମ ପ୍ରିପେଡ ପ୍ଲାନ ୧,୩୯୯ ଟଙ୍କା ରହିଛି। ଯେଉଁଥିରେ ଗ୍ରାହକଙ୍କୁ ଦିଲ୍ଲୀ ଏବଂ ମୁମ୍ବାଇ ରୋମିଂ ବ୍ଯତୀତ ଅନ୍ଯ କୌଣସି ନେଟୱାର୍କକୁ ଅନଲିମିଡେଟ୍ କଲ କରିବାର ସୁବିଧା ମିଳିବ। ଏହାସହିତ ଉପଭୋକ୍ତା ପ୍ରତିଦିନ ୧.୫ ଜିବି ଡାଟା ଏବଂ ୫୦ଟି ଏସ୍ଏମଏସ୍ କରିବା ସୁବିଧା ମଧ୍ୟ ରହିଛି। କିନ୍ତୁ ଏହାର ଅବଧି ୨୭୦ ଦିନର ରହିବ। ବିଏସଏନଏଲର ଏହି ପ୍ଲାନ ଅଧିକ ସମୟ ପର୍ଯ୍ଯନ୍ତ ଚାଲିବ। ଖାସ୍ କଥା ହେଲା, ଏହି ପ୍ଲାନ ୨୫ ଜୁଲାଇରୁ ୨୦୧୯ରୁ ଆରମ୍ଭ କରି ୯୦ ଦିନ ପର୍ଯ୍ଯନ୍ତ ପ୍ରମୋସନାଲ ପିରିଅଡରେ ଉପଲବ୍ଧ ହେବ।

୧,୦୦୧ ଟଙ୍କାର ପ୍ରିପେଡ ପ୍ଲାନ:

ବିଏସ୍ଏନଏଲ୍ର ଦ୍ବିତୀୟ ପ୍ଲାନ ମଧ୍ୟ ପ୍ରଥମ ପ୍ଲାନ ସହିତ ପ୍ରାୟ ସମାନ। ୧,୦୦୧ ଟଙ୍କାର ପ୍ଲାନରେ ୨୭୦ ଦିନର ଅବଧି ସହିତ ୯ ଜିବି ଡାଟା ଏବଂ ୭୫୦ ଏସ୍ଏମଏସ୍ର ସୁବିଧା ମିଳିବ। ବିଏସ୍ଏନଏଲର ଏହି ପ୍ଲାନ କେବଳ ଆନ୍ଧ୍ର ଏବଂ ତେଲେଙ୍ଗାନା ସର୍କଲ ପାଇଁ ଲଞ୍ଚ କରାଯାଇଛି।

ଏହା ପୂର୍ବରୁ ବିଏସଏନଏଲ ଷ୍ଟାର ମେମ୍ବରସିପ ପ୍ରୋଗ୍ରାମ ମଧ୍ୟ ଆରମ୍ଭ କରିଛି। ଏଥିପାଇଁ ଗ୍ରାହକଙ୍କୁ ୪୯୮ ଟଙ୍କାର ମୋବାଇଲ ନମ୍ବରରେ ରିଜାର୍ଚ କରିବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.