Below header

ଆମ୍ବୁଲାନ୍ସ ପୂରଣ କରିବ ରୋଗୀଙ୍କର ଶେଷ ଇଚ୍ଛା, ଆଇସକ୍ରିମ ମଧ୍ୟ ଦିଆଯିବ ଖାଇବାକୁ

ସିଡନୀ : ଅଷ୍ଟ୍ରେଲିଆରେ ଗମ୍ଭୀର ରୋଗରେ ପୀଡିତ ଥିବା ରୋଗୀଙ୍କର ଅନ୍ତିମ ଇଚ୍ଛା ପୂରା କରାଯିବ। ଏଥିପାଇଁ ଏକ ଆମ୍ବୁଲାନ୍ସ ଚାଲିବ। ରୋଗୀଙ୍କ ଇଚ୍ଛା ଅନୁଯାୟୀ ନାତି-ନାତୁଣୀଙ୍କ ଠାରୁ ଆରମ୍ଭ କରି ପାଳିତ ପଶୁ ପଯ୍ୟର୍ନ୍ତ ସମସ୍ତଙ୍କୁ ରୋଗୀଙ୍କ ସହିତ ଭେଟିବାକୁ ଦିଆଯିବ। ରୋଗୀ ଯଦି କୌଣସି ଅନ୍ୟ ଇଚ୍ଛା ବ୍ୟକ୍ତି କରିବେ ତାହା ମଧ୍ୟ ପୂରଣ କରାଯିବ।

ସୂଚନା ଅନୁଯାୟୀ ଅଷ୍ଟ୍ରେଲିଅରେ ଗତ କିଛି ଦିନ ମଧ୍ୟରେ ଜଣେ ମହିଳାଙ୍କୁ ମେଡିକାଲ ନେବା ବାଟରେ ସମୁଦ୍ର ବିଚକୁ ନିଆଯାଇଥିଲା ସେଠି ତାଙ୍କୁ ଆଇସକ୍ରୀମ ଖୁଆଇବାକୁ ମଧ୍ୟ ଦିଆଗଲା। କିଛି ସମୟ ପରେ ଡାକ୍ତର ମହିଳା ରୋଗୀଙ୍କ ଫଟୋ ସୋସିଆଲ ମିଡିଆରେ ଅପଲୋଡ୍‌ କରିଥିଲେ। ଏହାପରେ ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ସପ୍ତାହରେ ରୋଗୀଙ୍କର ଶେଷ ଇଚ୍ଛା ପୂରଣ କରିବା ପାଇଁ ଆମ୍ବୁଲାନ୍ସ ଚଲାଇବାର ଘୋଷଣା କରିଛନ୍ତି।

ଏହା ସହ ପଢ଼ନ୍ତୁ : ଫଟୋ ଦେଖି ଆଶ୍ଚର୍ଯ୍ୟ ଲାଗୁଥିବା ଏହି ସ୍ଥାନରେ ବସବାସ କରୁଛନ୍ତି ମଣିଷ, ବିଶ୍ବାସ ହେଉନିନା !

ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଲୋକଙ୍କ ଶେଷ ଇଚ୍ଛା ପୂରଣ କରିବା ବହୁତ ଚ୍ୟାଲେଞ୍ଜିଂ ହେବ। କାରଣ ଏହି ସ୍ଥିତିରେ ଆପଣ ଜଣେ ଏଭଳି ବ୍ୟକ୍ତିଙ୍କୁ ସମ୍ଭାଳୁଛନ୍ତି ଯିଏ ନା ଚାଲି ପାରିବେ ନା ବସି ପାରିବେ। ଏହାସହିତ କେତେକ ଥର ତାଙ୍କୁ ଅମ୍ଳଜାନର ମଧ୍ୟ ଆବଶ୍ୟକତା ପଡିଥାଏ। ଅଷ୍ଟ୍ରେଲିଆର ଏହି ପଦକ୍ଷେପ ନେଦରଲ୍ୟାଣ୍ଡରେ ଚାଲୁଥିବା କାଯ୍ୟର୍କ୍ରମ ଉପରେ ଆଧାରିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.