Below header

ଦୁଇ ଟ୍ରକ ମୁହାଁମୁହିଁ ଧକ୍କା: ଡ୍ରାଇଭର ମୃତ , ଜଣେ ଗୁରୁତର

କାମାକ୍ଷାନଗର (କେନ୍ୟୁଜ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ଜାତୀୟ ରାଜପଥର ମୁଣ୍ଡେଇଲୋ ଛକ ନିକଟରେ ଦୁଇ ଟ୍ରକ ମୁହାଁ ମୁହିଁ ଧକ୍କାରେ ଜଣେ ଟ୍ରକ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ଗଁନ୍ଦିଆ ଥାନା ଦେଓଗାଁର ଅଜିତ ମହାପାତ୍ର । ଏବଂ ଗୁରୁତର ଜଣଙ୍କ ଅନୁଗୁଳ ଜିଲ୍ଲା କିଶୋରନଗର ଗୁଣ୍ଡୁରୁଝରଣା ଗାଁର ଅନ୍ତର୍ଯ୍ୟାମୀ ସାହୁ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସ୍ଥାନୀୟ ପୋଲିସ ସହାୟତାରେ ଆମ୍ବୁଲାନ୍ସ ଯୋଗେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଅଜିତଙ୍କର ମୃତ୍ୟୁ ହୋଇଥିଲା । ଏ ନେଇ ପରଜଙ୍ଗ ପୋଲିସ ଟ୍ରକ ଦୁଇଟିକୁ ଜବତ କରିବା ସହ ଅଧିକ ତଦନ୍ତ ଚଲାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.