ଉପରମୁଣ୍ଡରେ ବର୍ଷା ପରେ ଫୁଲିଛିି ମହାନଦୀ ,୧୨ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ

କଟକ (କେନ୍ୟୁଜ): ଉପରମୁଣ୍ଡରେ ବର୍ଷା ପରେ ଫୁଲୁଛି ମହାନଦୀ । ବଢ଼ିଛି ହୀରାକୁଦ ଡ୍ୟାମର ଜଳସ୍ତର । ୫ଟି ଗେଟ୍‌ ଦେଇ ବର୍ଷର ପ୍ରଥମ ବନ୍ୟା ପାଣି ନିଷ୍କାସିତ ହେଉଛି । ହୀରାକୁଦ ଡ୍ୟାମର ଜଳଧାରଣା କ୍ଷମତା ୬୩୦ ଘନଫୁଟ ରହିଥିବା ବେଳେ ବର୍ତ୍ତମାନ ଜଳସ୍ତର ରହିଛି ୬୧୩.୩୫ ଘନଫୁଟ । ଉପର ମୁଣ୍ଡରେ ବର୍ଷା ହେଲେ ଆଉ ଅଧିକ ଗେଟ ଖୋଲାଯିବ । ହୀରାକୁଦ ପାଣି ଛାଡିଥିବାରୁ ମହାନଦୀ ଅବବାହିକାରେ ଥିବା ଜିଲ୍ଲାଗୁଡ଼ିକୁ ଆଲର୍ଟ କରାଯାଇଛି । ୧୨ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.