Below header

ରେଳ ଷ୍ଟେସନ୍‌ ରୁ ୨ ଟି ଅଚିହ୍ନା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

ରାଉରକେଲା(କେନ୍ୟୁଜ୍‌): ରାଉରକେଲା ସହରର ପାନପୋଷ ରେଲୱେ ଷ୍ଟେସନ ନିକଟରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ରାଉରକେଲା ରେଳବାଇ ଥାନା ପୋଲିସ। ସୂଚନା ମୁତାବକ ଏଯାଏଁ ମୃତ ଯୁବକ ଦୁଇଜଣଙ୍କ ପରିଚୟ ମିଳିପାରିନଥିବା ବେଳେ ମୃତ୍ୟୁର କାରଣ ମଧ୍ୟ ଜଣାପଡିନାହିଁ। ଜଣେ ଯୁବକଙ୍କ ମୃତଦେହ ରେଳ ଧାରଣା ଭିତରୁ ମିଳିଥିବା ବେଳେ ଅନ୍ୟ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ରେଳ ଧାରଣା ବାହାରୁ ଉଦ୍ଧାର କରାଯାଇଛି।

ଉକ୍ତ ଘଟଣା ସମ୍ପର୍କରେ ଖବର ପାଇବା ପରେ ରାଉରକେଲା ରେଳବାଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତକଙ୍କ ପରିଚୟ ପାଇଁ ଉଦ୍ୟମ ଆରମ୍ଭ କରିଛି। ରିପୋର୍ଟ ଅନୁଯାୟୀ ଆଜି ସକାଳ ୬.୩୦ ମିନିଟ୍‌ ରେ କୌଣସି ଏକ ଟ୍ରେନ ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ବାସିନ୍ଦା ସନ୍ଦେହ କରୁଛନ୍ତି। ରେଳ ଲାଇନରେ ଦୁଇ ଯୁବକ ଯାଉଥିବା ବେଳେ ଟ୍ରେନ ଧକ୍କାରେ ମୃତ୍ୟୁ ଵରଣ କରିଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ ଉକ୍ତ ଘଟଣାରେ ରେଳବାଇ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ୍‌ ପକ୍ଷରୁ ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.