Below header

Netflix ରେ ନୂଆ ଫିଚର, ଆପଣ ବିନା ସିରିଜ ଦେଖି ମଧ୍ୟ ନେଇପାରିବେ ଏହାର ମଜା, ଜାଣନ୍ତୁ କେମିତି ?

ଓଟିଟି ପ୍ଲାଟଫର୍ମ Netflix ନିଜ ମୋବାଇଲ ଆପ୍ ୟୁଜର୍ସଙ୍କ ପାଇଁ ନୂଆ ଅଡିଓ ଓନଲି ମୋଡ୍ ଆରମ୍ଭ କରିଛି। ଏହି ମୋଡ୍ ଜରିଆରେ ୟୁଜର୍ସ କେଉଁଠି ବି ଯିବା ଆସିବା ସମୟରେ ଭିଡିଓ ଷ୍ଟ୍ରିମିଂ ନ ଦେଖି ମଧ୍ୟ ଶୁଣିପାରିବେ।

ଏକ ରିପୋର୍ଟ ମୁତାବକ, ଏହି ପ୍ଲାଟଫର୍ମରେ ଆଣ୍ଡ୍ରଏଡ ଆପ୍ ରୂପେ ସର୍ଭର ସାଇଡ୍ ଅପଡେଟ୍ ଆସୁଛି। ଅର୍ଥାତ୍ ଏହି ଫିଚରକୁ ପାଇବା ପାଇଁ ଆପଣଙ୍କୁ ବାସ୍ତବିକ ଭାବେ କିଛି କରିବା କିମ୍ବା ଆପ୍ କୁ ଅପଡେଟ୍ କରିବା ଆବଶ୍ଯକ ନାହିଁ। ଏହି ଫିଚର ଜରିଆରେ ଆପଣଙ୍କୁ ଭିଡିଓ ଦେଖିବା ଜରୁରୀ ହେବ ନାହିଁ। ଏମିତି କଲେ ଆପଣ ଡାଟା ମଧ୍ୟ ସେଭ୍ କରିପାରିବେ।

netflix

ଯଦି ଆପଣ ଆଣ୍ଡ୍ରଏଡରେ ନେଟଫ୍ଲିକ୍ସ ବ୍ଯବହାର କରୁଛନ୍ତି, ତେବେ ଫୁଲ୍ ସ୍କ୍ରିନ ଭିଡିଓ ପ୍ଲେଏରକୁ ଯାଆନ୍ତୁ, ସେଠାରେ ଆପଣଙ୍କୁ ଟପ୍ ରେ ଥିବା ଏକ ନୂଆ ଭିଡିଓ ଅଫ ବଟନ ଦେଖିବାକୁ ମିଳିବ। ଏହାକୁ ଥରେ ଆକ୍ଟିଭ କରିବା ପରେ କେବଳ ଅଡିଓ ଶୁଣିବାକୁ ମିଳିବ ଏବଂ ଭିଡିଓ ବ୍ଲାଙ୍କ ହୋଇଯିବ। ଏହାସହିତ ପ୍ଲେ ବ୍ଯାକ୍ କଣ୍ଟ୍ରୋଲ ଏବଂ ବ୍ରାଇଟନେସ କଣ୍ଟ୍ରୋଲ ସ୍ଲାଇଡର ନଜର ଆସିବ।

ଏହାର ସେଟିଂରେ ଆପଣଙ୍କୁ ଏକ ଅଡିଓ ଓନଲି ଅପସନ ଦେଖିବାକୁ ମିଳିବ। ଏଥିରେ ଆପଣ ‘Always On’ ଫିଚର କିମ୍ବା headphones or External Speakers କିମ୍ବା Off ର ଅପସନ ସିଲେକ୍ଟ କରିପାରିବେ। ଯେହେତୁ ଏହି ଫିଚର ଏବେ ଲଞ୍ଚ ହୋଇଛି, ତେଣୁ ଏହା ଆପଣଙ୍କ ନିକଟରେ ପହଞ୍ଚିବାକୁ କିଛି ସମୟ ଲାଗିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.