ବ୍ରେକ୍‌ ଫେଲ୍‌ ହେବାରୁ ବସ୍‌ କୁ ଧକ୍କା ଦେଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଅଳ୍ପକେ ବର୍ତ୍ତିଲା ଶତାଧିକ ଲୋକଙ୍କ ଜୀବନ

ନରସିଂହପୁର(କେନ୍ୟୁଜ୍‌): କଟକ ଜିଲ୍ଲା ନରସିଂହପୁର ବ୍ଲକ ବାଲଝରୀ ଠାରେ ବିପଦ ମୁଖରୁ ବଞ୍ଚିଗଲେ ଶତାଧିକ ଲୋକ। ସୂଚନା ମୁତାବକ ବାଲଝରୀ ହାଟ ଚାଲିଥିବା ବେଳେ ଏକ ସିମେଣ୍ଟ ବୋଝେଇ ଟ୍ରକର ବ୍ରେକ୍‌ ଫେଲ୍‌ ହୋଇଯାଇଥିଲା। ଫଳରେ ସିମେଣ୍ଟ ବୋଝେଇ ଟ୍ରକଟି ହାଟ ଭିତରେ ପଶି ଏକ ବସ୍‌ କୁ ଧକ୍କା ଦେଇଥିଲା। ଯାହାଫଳରେ କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ବସ୍‌ ର ପଛ ପାଖ ଭାଙ୍ଗି ଯାଇଥିଲା। ଅନ୍ୟପଟେ ହାଟ କରୁଥିବା ଲୋକ ଜୀବନ ବିକଳରେ ଦୌଡି ପଳାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.