ମାହାଙ୍ଗା: ନୂର୍ତ୍ତାଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ୬ଟି ଦୋକାନରୁ ଲକ୍ଷାଧିକ ଟଙ୍କାର ଚୋରି

ମାହାଙ୍ଗା(କେନ୍ୟୁଜ୍‌): କଟକ ଜିଲ୍ଲା ମାହାଙ୍ଗା ଥାନା ଅଧୀନ ନୂର୍ତ୍ତାଙ୍ଗ ବଜାର ନିକଟରେ ସିରିଜ୍‌ ଚୋରି ହୋଇଛି। ରିପୋର୍ଟ ଅନୁଯାୟୀ ନୂର୍ତ୍ତାଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ନିକଟସ୍ଥ ୬ଟି ଦୋକାନରୁ ଲକ୍ଷାଧିକ ଟଙ୍କାର ବିଭିନ୍ନ ସାମଗ୍ରୀ ଚୋରି ହୋଇଛି। ଏକ ବର୍ଷ ଭିତରେ ସ୍ୱାସ୍ଥ୍ୟକେନ୍ଦ୍ରରୁ ୩ ଥର ଚୋରି ହୋଇଥିବା ସୂଚନା ମିଳିଛି। ଏନେଇ ଘଟଣାସ୍ଥଳରେ ପୋଲିସ୍‌ ଟିମ୍‌ ପହଞ୍ଚି ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.