Below header

୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ପାଇ ଫେରାଇଲେ ଚନ୍ଦନ ଓ ଆଲୋକ

ପୁରୀ(କେନ୍ଯୁଜ୍): ମହିଳାଙ୍କ ପର୍ସ ପାଇ ଫେରାଇଲେ ଦୁଇ ଯୁବକ । ପୁରୀ ଜିଲ୍ଲା ଗୋପିନାଥ ପାଟଣା ଗାଁର ଦୁଇ ଯୁବକ ଚନ୍ଦନ ବାରିକ ଓ ଆଲୋକ ନାୟକ । ପର୍ସରେ ଥିବା ଅଳଙ୍କାରର ମୂଲ୍ୟ ୩ ଲକ୍ଷ ଟଙ୍କା ହେବ । ପୁରୀ ନିମାପଡା ବ୍ଳକ୍‌ ଇଚ୍ଛାପୁର ଗାଁର କାବେରୀ ପ୍ରଧାନ ନାମକ ଜଣେ ମହିଳା ବାପା ଘରୁ ଶାଶୁ ଘରକୁ ଫେରୁଥିବା ବେଳେ ଗୋପିନାଥ ପାଟଣା ଗାଁ ନିକଟରେ ତାଙ୍କ ପର୍ସଟି ପଡିଯାଇଥିଲା । ରାତି ହୋଇଥିବାରୁ ବହୁ ଖୋଜା ଖୋଜି କରି ନିରାଶରେ ସେ ଘରକୁ ଫେରିଥିଲେ । ଚନ୍ଦନ ଓ ଆଲୋକ ପର୍ସ ପାଇ ଏହି ସବୁ ଜିନିଷ ଗ୍ରାମବାସୀଙ୍କୁ ହସ୍ତାନ୍ତର କରିଥିଲେ । ଏହାପରେ ଏହାର ଫଟୋ ଉଠାଇ ସୋସିଆଲ ମିଡିଆରେ ଛାଡିଥିଲେ । ଆସନ୍ତାକାଲି ଖବର ପାଇ କାବେରୀ ଓ ତାଙ୍କ ସ୍ୱାମୀ ଗାଁ ଲୋକଙ୍କ ଉପସ୍ଥିତିରେ ପ୍ରମାଣ ଦେଖାଇବା ପରେ ଗ୍ରାମବାସୀ ତାଙ୍କୁ ତାଙ୍କ ପର୍ସ ହସ୍ତାନ୍ତର କରିଛନ୍ତି । ଚନ୍ଦନ ଓ ଆଲୋକଙ୍କ ଏଭଳି କାମ ପାଇଁ ଗ୍ରାମବାସୀ ଖୁବ ପ୍ରଶଂସା କରିଛନ୍ତି । କାବେରୀ ମଧ୍ୟ ଦୁହିଁଙ୍କୁ ଧନ୍ୟବାଦ ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.