ଘରେ ଅତି ସହଜରେ ଆଧାର ଲକ ଓ ଅନଲକ କରିବାର ପୂରା ପ୍ରଣାଳୀ ଜାଣନ୍ତୁ

ଏବେକା ସମୟରେ ଲୋକେ ନିଜ ପରିଚୟ ପତ୍ର ଭାବେ ସବୁଠୁ ଅଧିକ ଆଧାର କାର୍ଡର ହିଁ ବ୍ୟବହାର କରୁଛନ୍ତି । କାରଣ ଏହା ସାହାଯ୍ୟରେ ନୂଆ ସିମ ନେବା ଠାରୁ ଆରମ୍ଭ କରି ବ୍ୟାଙ୍କରେ ଖାତା ଖୋଲିବା ପର୍ଯ୍ୟନ୍ତ ସମସ୍ତ କାମ ଅତି ସହଜରେ ହୋଇ ଯାଇପାରୁଛି । କିନ୍ତୁ ନିକଟରେ ଆଧାର କାର୍ଡ ସଂବନ୍ଧିୟ ବହୁ କେଶ ସାମ୍ନାକୁ ଆସିଥିଲା । ଯେଉଁଥିରୁ ଜଣା ପଡିଥିଲା କି ଆଧାର କାର୍ଡର ବହୁ ପରିମାଣରେ ଅପବ୍ୟବହାର ମଧ୍ୟ କରାଯାଉଛି । ଏହି ସମସ୍ୟାରୁ ମୁକୁଳିବା ପାଇଁ ନିକଟରେ ଯୁଏଡିଏଆଇ ସଂସ୍ଥା ଏହି କାର୍ଡକୁ ଲକ ବା ଅନଲକ କରିବା ଭଳି ଏକ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି । ଆମେ ଆପଣଙ୍କୁ ଏହି ବିଷୟରେ ଏକ ବିସ୍ତୃତ ବିବରଣୀ ଦେବାକୁ ଯାଉଛୁ ଯାହା ସାହାଯ୍ୟରେ ଆପଣ ଘରେ ବସି ଆରାମରେ ନିଜ ଆଧାର କାର୍ଡକୁ ଲକ କରିଦେଇ ପାରିବେ । ତେବେ ଆସନ୍ତୁ ଜାଣିବା ଏହାର ବିଧି:

-ଆଧାରକାର୍ଡ଼କୁ ଲକ କରିବା ପାଇଁ ସର୍ବ ପ୍ରଥମେ ୟୁଆଇଡିଏଆଇର ଅଫିସିଆଲ ୱେବସାଇଟ https:// www.uidai.govt.in କୁ ଯାଆନ୍ତୁ ।

-ଏହାର ବାମ ପଟେ ଆପଣାକୁ ମାଇ ଆଧାର ଆପ (my aadhar) ନାମକ ଏକ ବିକଳ୍ପ ବା ଅପ୍ସନ ଦେଖାଯିବ । ଏହାରି ଉପରେ କ୍ଲିକ କରନ୍ତୁ ।

aadhar card

ଏହା ସହ ପଢନ୍ତୁ: ଆଇଟି ସେକ୍ଟରେ ଘନଉଛି ସଙ୍କଟ, ଚାକିରି ହରାଇବେ ୩୦ରୁ ୪୦ ହଜାର ମିଡ ଲେଭଲ କର୍ମଚାରୀ

-ଏହା ପରେ ଆପଣଙ୍କ ସ୍କ୍ରିନରେ ବହୁତ ଗୁଡିଏ ଅପସନ ଦେଖାଯିବ । ସେଗୁଡିକ ମଧ୍ୟରୁ ଆଧାର ଲକ ଅନଲକ ଅପ୍ସନ ଉପରେ କ୍ଲିକ କରନ୍ତୁ ।

-ଏହାର ଠିକ ପରେ ଆପଣଙ୍କ ସ୍କ୍ରିନରେ ଆଉ ଏକ ପେଜ ଖୋଲିଯିବ । ଯେଉଁଥିରେ ଆପଣଙ୍କୁ ନିଜ ନାଁ, ଆଧାର ନମ୍ବର, ମୋବାଇଲ ନମ୍ବର ଓ ପିନ ନମ୍ବର ପରି କିଛି ଜରୁରୀ ତଥ୍ୟ ଏଣ୍ଟର କରିବାକୁ ପଡିବ ।

-ଏହାର କିଛି ସମୟ ଭିତରେ ହିଁ ଆପଣଙ୍କ ରେଜିଷ୍ଟାର ନମ୍ବର କୁ ଏକ ଓଟିପି ନମ୍ବର ଆସିବ । ଯାହାକୁ ଏଣ୍ଟର କରି ଆପଣ ନିଜ ଆଧାର କାର୍ଡକୁ ଲକ କରି ପାରିବେ ।

-ନଚେତ ଆପଣ ନିଜ ଭରଚୁଆଲ ଆଇଡି ବା ସୁରକ୍ଷା କୋର୍ଡର ଉପଯୋଗ କରି ଲକ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.