Below header

ବରଗଡ଼: ଲାଞ୍ଚ ନେଲା ବେଳେ ଭିଜିଲାନ୍‌ସ ହାତରେ ଧରାପଡିଲେ କିରାଣୀ

ବରଗଡ଼(କେନ୍ଯୁଜ୍): ଲାଞ୍ଚ ନେଲା ବେଳେ ଭିଜିଲାନ୍‌ସ ହାତରେ ଧରାପଡିଲେ ଉପଜିଲ୍ଲାପାଳ ଅଫିସ କିରାଣୀ । ବରଗଡ଼ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟକରୁଥିବା ଡିଲେଶ୍ୱର ଭୁଏଙ୍କୁ ଧରିଛି ଭିଜିଲାନ୍‌ସ। ନୂତନ ଷ୍ଟାମ୍ପ ଭେଣ୍ଡର ଲାଇସେନ୍‌ସ କରାଇଦେବାକୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଝାରବନ୍ଧ ବ୍ଳକ୍‌ ଶୁଖାଡୁଙ୍ଗୁରୀ ଗାଁର ଗିରିବଲ୍ଲଭ ସାହୁଙ୍କ ଭାଇ ଦୀର୍ଘ ଦିନ ହେଲା ନୂଆ ଷ୍ଟାମ୍ପ ଭେଣ୍ଡର ଲାଇସେନ୍‌ସ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ଏଥିପାଇଁ ଡିଲେଶ୍ୱର ପ୍ରତି ବଦଳରେ ତାଙ୍କୁ ୧୫ ହଜାର ଟଙ୍କା ଦାବି କରିଥିଲେ । ଏହାପରେ ଗିରିବଲ୍ଲଭ ବରଗଡ଼ ଭିଜିଲାନ୍‌ସ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ । ଭିଜିଲାନ୍ସ ଅଧିକାରୀମାନେ ତୁରନ୍ତ ଚଢାଉ କରି କିରାଣୀଙ୍କୁ ଗିରଫ କରିବା ସହ ୧୫ ହଜାର ଟଙ୍କା ଜବତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.