Below header

ପିଙ୍କ୍‌ ବଲ୍‌ରେ ଦିନରାତି ଟେଷ୍ଟ ମ୍ୟାଚ୍‌ : ପ୍ରଥମ ଚାରି ଦିନର ସବୁ ଟିକେଟ୍‌ ବିକ୍ରି ସରିଲାଣି

କୋଲକାତା : ଦିନକ ପରେ ସ୍ଥାନୀୟ ଇଡେନ୍‌ ଗାର୍ଡନ୍‌ସରେ ଆରମ୍ଭ ହେବ ଗୋଲାପି ବଲ୍‌ ଓ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ । ନୂଆ କରି ଗୋଲାପି ବା ପିଙ୍କ୍‌ ବଲ୍‌ରେ ମ୍ୟାଚ୍‌ ଖେଳାଯାଉଥିବାରୁ ଏହାକୁ ନେଇ ଉଭୟ ଭାରତ ଓ ବାଂଲାଦେଶ ଖେଳାଳି ଏବଂ କ୍ରିକେଟ୍‌ ପ୍ରେମୀ ସମସ୍ତେ ଉତ୍ସାହିତ । ମ୍ୟାଚ୍‌ର ପ୍ରଥମ ଚାରି ଦିନର ଟିକେଟ୍‌ ସମ୍ପୂର୍ଣ୍ଣ ଭାବେ ବିକ୍ରି ସରିଲାଣି । ଏହି ସୂଚନା ଦେଇଛନ୍ତି ବିସିସିଆଇ ଅଧ୍ୟକ୍ଷ ତଥା ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ନିଜ ଘରୋଇ ଗ୍ରାଉଣ୍ଡରେ ଏହି ମ୍ୟାଚ୍‌ ଖେଳା ଯାଉଥିବାରୁ ଗାଙ୍ଗୁଲି ମଧ୍ୟ ଖୁବ୍‌ ଉତ୍କଣ୍ଠାରେ ଅଛନ୍ତି ।

PINK BALL-2ତେବେ ଗୋଲାପି ବଲ୍‌ କିଭଳି ଭାବେ ତାର ହାବଭାବ ଦେଖାଇବ ସେ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି । ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସମେତ ଅନ୍ୟ କିଛି ଖେଳାଳି ମଧ୍ୟ ଏହି ବଲ୍‌ରେ ଅଧିକ ସୁଇଂ ହେବ ବୋଲି ଅନୁଭବ କରୁଛନ୍ତି । ଯାହାଫଳରେ ଏହା ବୋଲର୍‌ଙ୍କୁ ସୁହାଇବ ।

PINK BALL-3ଶୁକ୍ରବାର ଦିନ ଅପରାହ୍ନ ଗୋଟାଏ ସମୟରୁ ଇଡେନ୍‌ ଗାର୍ଡନ୍‌ସରେ ଆରମ୍ଭ ହେବ ଦ୍ୱିତୀୟ ଟେଷ୍ଟ । ଏହାର ଫଳାଫଳକୁ ନେଇ ସମସ୍ତେ ଯେତିକି ଚିନ୍ତିତ ନୁହନ୍ତି ତାଠାରୁ ଅଧିକ ଚର୍ଚ୍ଚା ହେଉଛି ପିଙ୍କ୍‌ ବଲ୍‌ ଓ ଦିନରାତିର ଖେଳକୁ ନେଇ । ଏହି ଐତିହାସିକ ଷ୍ଟାଡିୟମ୍‌ରେ ହେବ ଏକ ଐତିହାସିକ ମ୍ୟାଚ୍‌ । ଷ୍ଟାଡିୟମ୍‌ରେ ୬୭ ହଜାର ଦର୍ଶକ ବସି ପାରିବେ । ତେଣୁ ଏକ ମଜାଦାର ମ୍ୟାଚ୍‌କୁ ଅପେକ୍ଷା କରିବା ସମସ୍ତେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.