Below header

ପାକିସ୍ତାନ ଅଧୀନରେ ଭାରତୀୟ ଇଂଜିନିୟର, ଟିଭି ଦେଖି ଚିନ୍ହିଲେ ପରିବାର ଲୋକେ

ଅବୈଧ ଭାବେ ପାକିସ୍ତାନ ମାଟିରେ ପ୍ରବେଶ କାରଣରୁ ଗିରଫ ହୋଇ ହୋଇ ବହୁ ଭାରତୀୟ ବନ୍ଦୀ ଭାବେ ରହିଛନ୍ତି । ନିକଟରେ ଜଣେ ଭାରତୀୟ ଇଂଜିନିୟର ମଧ୍ୟ ସେହି ତାଲିକାରେ ଥିବା ସୂଚନା ମିଳିଛି । ସେ ହେଉଛନ୍ତି ତେଲେଙ୍ଗାନାର ସଫ୍ଟୱେୟର ଇଂଜିନିୟର ପ୍ରଶାନ୍ତ ବେନଥାମ । ତାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ପ୍ରଶାନ୍ତ ୨୦୧୭ ମସିହାରୁ ନିଖୋଜ ଅଛନ୍ତି । ନିକଟରେ ଏକ ଜାତୀୟ ଗଣମାଧ୍ୟମ ତରଫରୁ ପାକିସ୍ତାନ, ଭାରତୀୟ ମାନଙ୍କୁ ଗିରଫ କରି ବନ୍ଦୀ ରଖିଥିବା ଖବର ପ୍ରକାଶ ପାଇବା ସମୟରେ ହିଁ ପରିବାର ଲୋକେ ତାଙ୍କୁ ଚିନ୍ହି ପାରିଥିଲେ ।

୩୧ ବର୍ଷୀୟ ପ୍ରଶାନ୍ତ ନିଖୋଜ ହେବା ପୂର୍ବରୁ ମାଢ଼ପୁର ଠାରେ ଅବସ୍ଥିତ ଇନ୍ଫୋଟେକ ନାମକ ଏକ କମ୍ପାନୀରେ କାର୍ଯ୍ୟରତ ଥିଲେ । ତାଙ୍କ ପିତା ବାବୁରାଓ ବେନଥାମଙ୍କ ଅନୁଯାୟୀ ତାଙ୍କ ପୁଅ ୨୦୧୭ ମସିହା ଏପ୍ରିଲ ମାସ ୧୧ ତାରିଖ ସକାଳ ୯ ଟା ସମୟରେ ନିଜ ଅଫିସ ଅଭିମୁଖେ ବାହାରି ଥିବା ବେଳେ ତା ପରଠୁ ଆଉ ଫେରି ନାହାନ୍ତି । ପୂର୍ବରୁ ତାଙ୍କ ପୁଅ ଏକ ମହିଳା ସହକର୍ମୀଙ୍କ ସହ ତାଙ୍କର ସମ୍ପର୍କ ଥିବା ବିଷୟରେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଥିବା ବେଳେ ଦୁହେଁ ବିଭାହ କରିବାକୁ ମଧ୍ୟ ନିଷ୍ପତି ନେଇଥିଲେ । ସେହି ଯୁବତୀ ଜଣକ ବାଙ୍ଗାଲୋରରେ କାର୍ଯ୍ୟ କରୁଥିବା ସମୟରେ ପରେ ସ୍ୱିଜରଲ୍ୟାଣ୍ଡ ଅଭିମୁଖେ ଯାଇଥିଲେ ।

ଏହା ସହ ପଢନ୍ତୁ: ଚାଷୀ ପ୍ରସଙ୍ଗରେ ସଂସଦରେ ପ୍ରଶ୍ନ କଲେ ସାଂସଦ ଅଚ୍ୟୁତ ସାମନ୍ତ, ଉତ୍ତର ରଖିଲେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ

ସନ୍ଦେହ କରାଯାଉଛିକି ପ୍ରଶାନ୍ତ ସେହି ଯୁବତୀ ଜଣଙ୍କୁ ଭେଟିବାକୁ ଯାଉଥିବା ସମୟରେ ହିଁ ଏପରି ଏକ ଦୁର୍ଘଟଣା ଘଟିଛି । ପ୍ରଶାନ୍ତ ଭାରତ ଫେରିବା ପରେ ପୁରା ଘଟଣା ସମ୍ପର୍କରେ ଜଣା ପଡିବ ବୋଲି ପରିବାର ଲୋକଙ୍କ ତରଫରୁ କୁହାଯାଇଛି । ଖୁବ ଶୀଘ୍ର ପ୍ରଶାନ୍ତକୁ ଫେରେଇ ଆଣିବା ନେଇ ଭାରତର ବିଦେଶ ମନ୍ତ୍ରାଳୟଙ୍କ ନିକଟରେ ଗୁହାରି କରାଯିବ ବୋଲି ପରିବାର ତରଫରୁ ସ୍ପଷ୍ଟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.