Below header

ସୁନ୍ଦରଗଡ଼ ଅଗ୍ରସେନ ରାଇସମିଲ୍‌ରେ ଅଗ୍ନିକାଣ୍ଡ

ସୁନ୍ଦରଗଡ଼(କେନ୍ୟୁଜ୍): ରାଇସ ମିଲରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଟାୟାର ଭସ୍ମୀଭୂତ। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା କୁନମୁରର ଅଗ୍ରସେନ ରାଇସ ମିଲରେ ହଠା ନିଆଁ ଲାଗିବାରୁ ଲକ୍ଷାଧିକ ଟଙ୍କାର ସଂପତି ନଷ୍ଟ ହୋଇଛି। ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ନିଆଁ ଲାଗିବାରୁ ରାଇସ ମିଲ ପରିସରରେ ଥିବା ଲକ୍ଷାଧିକ ଟଙ୍କାର ଟାୟାର ସହ ଅନେକ ମେସିନ ଓ ଅନ୍ୟାନ୍ୟ ସାମଗ୍ରୀ ଜଳିଯାଇଛି। ଖବର ପାଇ କୁତ୍ରା, ରାଜଗାଙ୍ଗପୁର ଓ ଓସିଏଲର ୫ଟି ଅଗ୍ନିଶମ ଗାଡ଼ି ନିଆଁ ଲିଭାଇ ଥିଲେ। ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡର କାରଣ ଜଣାନଥିଲେ ମଧ୍ୟ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.