Below header

ବାଲିଗୁଡ଼ାରେ ୧୯କୋଟି ଟଙ୍କାରୁ ଅଧିକ ବେଆଇନ ଗଞ୍ଜେଇ ଚାଷ ନଷ୍ଟ

କେନ୍ଯୁଜ୍: ବାଲିଗୁଡ଼ାରେ ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କଲା ପୋଲିସ ଓ ଅବକାରୀ ବିଭାଗ। ବାଲିଗୁଡା ଥାନା ସିନ୍ଦିରିଗାଁ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ଉପରେ ଚଢଉ କରାଯାଇଛି। ଅଣ୍ଡାରୀଗାଁ, ମାସ୍କାପଦର, କେପାପଦର ଠାରେ ଏକର ଏକକ ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ୧୯୦ ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛ କାଟିବା ସହ ପୋଡ଼ି ଦିଆଯାଇଛି। ନଷ୍ଟ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୯କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହୋଇଥିବା ବାଲିଗୁଡ଼ା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.