Below header

ମୟୁରଭଞ୍ଜ: ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇଲେ ଦୁଇ ଯୁବକ, ଛେଳି ଉଦ୍ଧାର କରିବାକୁ ଯାଇ ଫସି ଯାଇଥିଲେ ନଦୀ ଟାପୁରେ

ବାରିପଦା (କେ ନ୍ୟୁଜ୍‌) : ଛେଳି ଉଦ୍ଧାର କରିବାକୁ ଯାଇ ନଦୀ ମଝିରେ ଫସିଗଲେ ଦୁଇ ଯୁବକ । ତେବେ ଅଳ୍ପକେ ରକ୍ଷା ପାଇଗଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ବାଙ୍ଗିରିପୋଷି କଲେଜ ନିକଟସ୍ଥ କାଳିଆମୀ ପୋଲ ନିକଟରେ।

ଏଠାରେ ପ୍ରବାହିତ ହୋଇଥିବା ବୁଢ଼ାବଳଙ୍ଗ ନଦୀରେ ଛେଳି ସହ ଦୁଇ ଜଣ ଯୁବକ ଫସି ରହିଥିବା ଦେଖିବାକୁ ମିଳିଥିଲା । ନଦୀ ମଝି ଏକ ଟାପୁରେ ଦୁଇଟି ଛେଳି ଫସି ରହି ଯାଇଥିଲେ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚାଉଳିଘରି ଅଞ୍ଚଳର ଦୁଇଜଣ ଯୁବକ ନଦୀ ମଝିକୁ ଚାଲି ଯାଇଥିଲେ। ହଠାତ୍ ନଦୀର ଉପର ମୁଣ୍ଡରୁ ପାଣି ଆସି ଯାଇଥିଲା । ଫଳରେ ସେମାନେ ନଦୀ ଭିତରୁ ବାହାରି ପାରିନଥିଲେ। ସ୍ଥାନୀୟ ଲୋକ ଏମାନଙ୍କୁ ଦେଖି ଅଗ୍ନିଶମ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଁଚି ଉଦ୍ଧାର କାର‌୍ୟ୍ୟ ଜାରି ରଖିଥିଲା । ତେବେ ପାଣି କମିଯିବରୁ ଯୁବକ ଦୁଇଜଣ ନିଜେ ପଂହରି କୂଳକୁ ଚାଲି ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.