ମାନବିକତା ଦେଖାଇଲେ ତହସିଲଦାର, ଗରିବ ମହିଳା ବ୍ୟବସାୟୀଙ୍କ ଠାରୁ କିଣିନେଲେ ସବୁ ଶାଗ

ଉମରକୋଟ (କେନ୍ୟୁଜ୍) : କରୋନା ମହାମାରୀର କୋପରେ ସମସ୍ତେ ଘାଇଲା । କି ଧନୀ କି ଗରିବ ସମସ୍ତଙ୍କୁ ସଂକ୍ରମଣ କରି ଚାଲିଛି ଏଇ ଅଦୃଶ୍ୟ ଶତ୍ରୁ । ଏଥିରେ ଚାଲି ଯାଉଛି ମୂଲ୍ୟବାନ ଜୀବନ ପ୍ରଭାବିତ ହେଉଛି ଜୀବିକା । ଏସବୁ ଭିତରେ ପେଶୀ ହେଉଛନ୍ତି ଗରିବ। ତଥାପି ପେଟ ଚାଖଣ୍ଡ ପାଇଁ କରିବାକୁ ପଡୁଛି ସଂଘର୍ଷ । ଇଚ୍ଛା ନଥାଇ ବି ଗ୍ରାହକଙ୍କୁ ଅପେକ୍ଷା କରି ବସିଛନ୍ତି ଫୁଟ୍ ପାଥରେ ବସୁଥିବା ଛୋଟ ଛୋଟ ପରିବା ବ୍ୟବସାୟୀ । ଏମିତି ଏକ ଶାଗ ବିକାଳୀ ଜଣକ ବସି ରହିଥିଲେ ଗ୍ରାହକଙ୍କ ଅପେକ୍ଷାରେ ।

ବ୍ୟବସାୟୀ ଜଣକ ଆଦିବାସୀ ବିଧବା ମହିଳା ଏବଂ ସେ ବିକ୍ରୀ କରିବାକୁ ଆଣିଥିଲେ ଜଙ୍ଗଲରୁ ସଂଗ୍ରହ କରିଥିବା କିଛି ବରଡ଼ା ଶାଗ । ଲକ୍ ଡାଉନରେ ବ୍ୟବସାୟ ପାଇଁ ମିଳିଥିବା ଚାରି ଘଣ୍ଟା ସମୟ ବିତି ଯାଇଥିଲେ ବି ଏହି ମହିଳା ଜଣକ ଚାହିଁ ବସିଥିଲେ ଗ୍ରାହକଙ୍କୁ l ଶୂନଶାନ ସହର ରେ ଏକୁଟିଆ ମହିଳାଙ୍କ ଠାରୁ ସବୁ ଶାଗ କିଣିନେଇଥିଲେ ଉମରକୋଟ ତହସିଲଦାର । ଲକଡାଉନ୍ ସମୟ ରେ ଦିଆ ଯାଇଥିବା ସମୟ ଅବଧି ସରିବା ପରେ ପାଟ୍ରୋଲିଂରେ ଯାଉଥିବା ସମୟରେ ହଠାତ୍ ଅଟକିଗଲେ । ରାସ୍ତା କଡ଼ରେ ବସିଥିବା ମହିଳାଙ୍କ ପ୍ରତି ଦେଖାଇଥିଲେ ମାନବିକତା ।

ume

ଉକ୍ତ ମହିଳାଙ୍କ ଠାରୁ ସବୁ କଥା ଜାଣିବା ପରେ ତା ପାଖରେ ଥିବା ସମସ୍ତ ଶାଗକୁ କିଣି ନେଇଥିଲେ । ମହିଳାଙ୍କ ପାଖରେ ମୋଟ ୫୦ ଟଙ୍କା ର ଶାଗ ରହିଥିଲା । ସବୁତକ ଶାଗ ନେଇ ତହସିଲଦାର ଡ଼ା ହିମାଞ୍ଚଳ ମାଝି ତାଙ୍କୁ ୨୦୦ ଟଙ୍କା ଦେଇଥିଲେ । ଏବଂ ମହିଳା ଜଣକୁ ଘରକୁ ଚାଲି ଯିବାକୁ କହିଥିଲେ । ଗରିବ ମହିଳା ବ୍ୟବସାୟୀ ଜଣକ ପ୍ରଥମେ ତହସିଲଦାରଙ୍କୁ ଚିହ୍ନି ପାରି ନଥିଲେ ବି ପରେ ଜାଣିପାରିଲେ ଓ ଆତ୍ମ ବିହ୍ୱର ହୋଇପଡ଼ିଥିଲେ ଓ ଘରକୁ ଚାଲି ଯାଇଥିଲେ । ଘୋର କୋରନା କାଳ ରେ ତହସିଲଦାର ଙ୍କ ମାନବିକତା ଓ ମହାନ୍ କାମକୁ ପ୍ରଶଂସା କରିଛନ୍ତି ଉମରକୋଟବାସୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.