Below header

ଉମରକୋଟ ବିଜୁ ସେତୁ ପୋଲ ଭୁଶୁଡ଼ିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ସାମଲ ନିଲମ୍ବିତ

ଉମରକୋଟ(କେନ୍ୟୁଜ୍):  ଉମରକୋଟ ତାଲାପଦର ବିଜୁ ସେତୁ ପୋଲ ଭୁଶୁଡ଼ିବା ଘଟଣାରେ ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ସାମଲ ନିଲମ୍ବିତ । କାର୍ଯ୍ୟରେ ଅବହେଳା ଯୋଗୁୁଁ ତାଙ୍କୁ ନିଲମ୍ବିତ କରାଯାଇଛି । ଏଥିସହ ତାଙ୍କୁ ସୁନାବେଡ଼ା ଇସିଙ୍କ କାର୍ଯ୍ୟାଳୟରେ ଯୋଗ ଦେବାକୁ ନିର୍ଦ୍ଦେଶ ରହିଛି । ପୂର୍ବରୁ ଏହି ଘଟଣାରେ ସହକାରୀ ଯନ୍ତ୍ରୀ ଗିରଫ ହୋଇଥିଲେ । ଗତ ୧୦ ତାରିଖରେ ତାଲା ପଦର ପୋଲ ଭୁଶୁୁଡିବା ଫଳରେ ମହେନ୍ଦ୍ର ମାଳି ନାମକ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା ।

ଅନ୍ୟ ତିନିଜଣ ଆହତ ହୋଇଥିଲେ । ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଉନ୍ନୟନ କମିଶନର ପ୍ରଦୀପ ଜେନା । ଘଟଣାରେ ପୂର୍ବରୁ ଠିକାଦାର ଆଶିଷ ବିଶ୍ଵାଳ, କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ସାହୁ ଓ ସହକାରୀ ଯନ୍ତ୍ରୀ ଅସିତ୍‌ ପାତ୍ରଙ୍କ ନାମରେ ଉମରକୋଟ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ଜଣେ ଗିରଫ ହୋଇଥିବା ବେଳେ ୨ ଜଣ ଏବେବି ଫେରାର ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.