Below header

ସମ୍ପର୍କରେ ଲଜ୍ଜା : ନାବାଳିକା କନ୍ୟାକୁ ବଳାତ୍କାର କରି ମଉସା ଗିରଫ

କୁଆଁରମୁଣ୍ଡା(କେନ୍ୟୁଜ୍‌) : କଥାରେ ଅଛି ରକ୍ଷକ ଯଦି ଭକ୍ଷକ ସାଜେ ଗୁହାରୀ କରିବ କାହାକୁ । ବାପ ଛେଉଣ୍ଡ ଝିଅକୁ ଆଶ୍ରା ଦେଇଥିବା ଜଣେ ସମ୍ପର୍କିୟ ମଉସା ପାଳି ପୋଷି ବଡ଼ କରିବା ପରେ ଉକ୍ତ ଝିଅର ଇଜ୍ଜତ ନେଇଥିବା ଅଭିଯୋଗ ହୋଇଛି ।

ଅଘଟଣ ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଏବୋଗା ଥାନା ଅଞ୍ଚଳରେ । ଉକ୍ତ ଶିଶୁ କନ୍ୟାର ବାପା ମରିଗଲା ପରେ ମା’ ଅନ୍ୟତ୍ର ବାହା ହୋଇଗଲେ । ଫଳରେ ଶିଶୁ କନ୍ୟାଟିକୁ ସମ୍ପର୍କିୟ ମାଉସୀ ନିଜ ଘରକୁ ନେଇ ଆସିଥିଲେ ।

ଇତି ମଧ୍ୟରେ ଶିଶୁ କନ୍ୟାଟି ୧୧ ବର୍ଷରେ ପଦାର୍ପଣ କରିଛି । ଫଳରେ ମଉସା ଉକ୍ତ ନାବାଳିକା ଝିଅକୁ ଧମକ ଚମକ କରି ଗତ ଏପ୍ରିଲ ମାସରୁ ବଳାତ୍କାର କରିଆସୁଥିଲେ । ଝିଅଟି ଯନ୍ତ୍ରଣା ସହି ନପାରି ଶେଷରେ ମାଉସୀ ଆଗରେ ସବୁ କଥା କହିବାରୁ ଘଟଣା ପ୍ରଘଟ ହୋଇଥିଲା ।

ରାଏବୋଗା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଛନ୍ତି । ପୋଲିସ ଉଭୟଙ୍କ ଡାକ୍ତରୀ ମାଇନା କରିବା ପରେ ଅଭିଯୁକ୍ତ କିଶୋର ମିଞ୍ଜାକୁ ଗିରଫ କରିଛି । କିଶୋର ଧମକ ଚମକ ଦେଇ ନାବାଳିକାକୁ ବଳାତ୍କାର କରୁଥିଲା ବୋଲି ପୋଲିସ ଜାଣିବାକୁ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.