ସୋର ସବ ଜେଲରୁ ଜଣେ ବିଚାରଧୀନ କଏଦୀ ଫେରାର
ସୋର(କେନ୍ୟୁଜ) : ସୋର ସବ ଜେଲରୁ ଜଣେ ବିଚାରଧୀନ କଏଦୀ ଫେରାର l ଭଦ୍ରକ ଜିଲ୍ଲା ବିଦେଇପୁର ସତ୍ୟଜିତ ମଲ୍ଲିକ ଗତ କିଛିଦିନ ଧରି ଭଦ୍ରକ ଜେଲରୁ ସୋର ଜେଲକୁ ଆସିଥିଲା l ଅଭିଯୁକ୍ତ ସତ୍ୟଜିତ ଗତକାଲି ସୋର ସବ ଜେଲରୁ ପାଚେରୀ ଡେଇ ଫେରାର ହୋଇ ଯାଇଛି l
ସବ ଜେଲ କର୍ମଚାରୀ ଗତ ରାତି ସାରା ବିଭିନ୍ନ ସ୍ଥାନରେ ଖୋଜି ସତ୍ୟଜିତକୁ ନପାଇ ନିରାଶ ହୋଇ ଶେଷରେ ସୋର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି l ସତ୍ୟଜିତ କସିଆ ମେରାଇନ ଥାନା ରେ ଚୋରି କେସ ରେ ବିଚାରଧିନ କଏଦୀ ଭାବେ ଜେଲେ ରେ ଥିଲା l ଗତ ୧୮-୦୧-୨୩ ରେ ସୋର ଜେଲ କୁ ଆସିଥିଲା l