Below header

ବୃଦ୍ଧି ପାଉଛି ବେକାରୀ ସମସ୍ୟା, ୨୦୧୭-୧୮ ବର୍ଷରେ ବଢିଛି ୬.୧ %

ଚିନ୍ତାଜନକ ସ୍ଥିତିରେ ରହିଛି ବେକାରୀ ସମସ୍ୟା। ଗତ ୪ଦଶନ୍ଧି ମଧ୍ୟରେ ଦେଶର ବେକାରୀ ସମସ୍ୟା ବର୍ତ୍ତମାନ ସବୁଠାରୁ ଉଦ୍‌ବେଗଜନକ ସ୍ଥିତିରେ ରହିଛି। ୨୦୧୭-୧୮ ବର୍ଷରେ ବେକାରୀ ସମସ୍ୟା ୬.୧ପ୍ରତିଶତକୁ ବୃଦ୍ଧି ପାଇଛି। ୧୯୭୨-୭୩ର ଚାକିରୀ ତଥ୍ୟ ତୁଳନାରେ ୨୦୧୭-୧୮ ବର୍ଷରେ ଏହି ହାର ସର୍ବାଧିକ ରହିଛି। ସହରାଞ୍ଚଳରେ ବେକାରୀ ହାର ୭.୮ ପ୍ରତିଶତ ରହିିଥିବା ବେଳେ ଗ୍ରାମାଞ୍ଚଳରେ ଏହି ହାର ୫.୩ ପ୍ରତିଶତ ରହିଛି। ଅନେକ ଲୋକ ଶ୍ରମ ଅଭାବରୁ କାମଧନ୍ଦା ଛାଡୁଥିବା ଦେଖାଯାଇଛି। ୨୦୧୧-୧୨ରେ ବେକାରୀ ସମସ୍ୟା ସର୍ବନିମ୍ନ ସ୍ଥିତିରେ ରହି ମାତ୍ର ୨.୨ ପ୍ରତିଶତ ଥିଲା। ନ୍ୟାସନାଲ ସାମ୍ପଲ ସର୍ଭେ ଅଫିସ ଏନଏସଏସଓର ପିରିଓଡିକ ଲେବର ଫୋର୍ସ ସର୍ଭେ ଅନୁସାରେ ଏହି ସୂଚନା ମିଳିଛି। ଏନଏସଏସଓର ସର୍ଭେ ଜୁଲାଇ ୨୦୧୭ରୁ ଜୁନ ୨୦୧୮ ମଧ୍ୟରେ ହୋଇଥିଲା। ବିମୁଦ୍ରାକରଣ ପରେ ତୁଳନାତ୍ମକ ସର୍ଭେ କରାଯାଇଥିଲା।

ଏହି ତଥ୍ୟ ବିଧିବଦ୍ଧ ଭାବେ ସାର୍ବଜନୀନ ହୋଇ ନାହିଁ। କିଛି ଗଣମାଧ୍ୟମରେ ଏ ଖବର ପ୍ରକାଶ ପାଇଛି। ତଥ୍ୟ ମୁତାବାକ ୧୫ରୁ ୧୯ ବର୍ଷ ମଧ୍ୟରେ ବେକାରୀ ସମସ୍ୟା ଗ୍ରାମାଞ୍ଚଳ ପୁରୁଷଙ୍କ ମଧ୍ୟରେ ୨୦୦୪-୦୫ରେ ୩.୯%, ୨୦୦୯-୧୦ରେ ୪.୭%, ୨୦୧୧-୧୨ରେ ୫% ଓ ୨୦୧୭-୧୮ରେ ୧୭.୪% ରହିଛି। ଗ୍ରାମଞ୍ଚଳ ମହିଳାଙ୍କ କ୍ଷେତ୍ରରେ ୨୦୦୪-୦୫ରେ ୪.୨%, ୨୦୦୯-୧୦ରେ ୪.୬% , ୨୦୧୧-୧୨ରେ ୪.୮% ଓ ୨୦୧୭-୧୮ରେ ଏହି ହାର ରହିଛି ୧୩.୬% । ସହରାଞ୍ଚଳ ପୁରୁଷଙ୍କ ମଧ୍ୟରେ ୨୦୦୪-୦୫ରେ ୮.୮% , ୨୦୦୯-୧୦ରେ ୭.୫% , ୨୦୧୧-୧୨ରେ ୮.୧% ଓ ୨୦୧୭-୧୮ରେ ୧୮.୭% ପ୍ରତିଶତ ରହିଛି। ସେହିପରି ସହରାଞ୍ଚଳ ମହିଳାଙ୍କ କ୍ଷେତ୍ରରେ ୨୦୦୪-୦୫ରେ ୧୪.୯% , ୨୦୦୯-୧୦ରେ ୧୪.୩% , ୨୦୧୧-୧୨ରେ ୧୩.୧% ଓ ୨୦୧୭-୧୮ରେ ୨୭.୨% ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.