ପୂର୍ବୋଦୟ ପର୍ସପେକ୍ଟିଭ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବରରେ ପୂର୍ବୋଦୟ ପର୍ସପେକ୍ଟିଭ ଅନ୍ତର୍ଜାତୀୟ ସମ୍ମିଳନୀରେ ମୁଖ୍ଯ ଅତିଥି ଭାବେ ଯୋଗ ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦୁଇଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେଇ ଭାରତର ପୂର୍ବ ରାଜ୍ୟର ବିକାଶ ନ ହେଲେ ଦେଶର ବିକାଶ ସମ୍ଭବ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଥିବା ସେ କହିଛନ୍ତି।

ବିକଶିତ ଭାରତ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ ହୋଇ ସାରିଛି। ଆଞ୍ଚଳିକ ସଂଯୋଗ ବିକାଶ ହେବା ଦରକାର। ଦେଶର ବିକାଶରେ ଏହାର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ବିକଶିତ ଭାରତ ଗଠନ ପାଇଁ ଆଗାମୀ ୨୫ ବର୍ଷ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଧର୍ମେନ୍ଦ୍ର।

ସମ୍ମିଳନୀରେ ବିଭିନ୍ନ ଦେଶ ଏବଂ ରାଜ୍ୟର ପ୍ରତିନିଧି ଯୋଗ ଦେଇଛନ୍ତି। ନିମନ୍ତ୍ରିତ ଅତିଥି ଭାବେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୂରଲୀଧରନ ଯୋଗ ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଭାରତୀୟ ଶିଳ୍ପ ମହାସଂଘ ଏନର୍ଜି ଫୋରମ ଇଣ୍ଡିଆ ଉଦ୍ୟମରେ ଏହି ସମ୍ମିଳନୀ ଆୟୋଜିତ ହୋଇଛି

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.