କଂଗ୍ରେସରେ ଯୋଗ ଦେଲେ ଜୟରାମ ପାଙ୍ଗି

କଂଗ୍ରେସରେ ଯୋଗ ଦେଲେ ଜୟରାମ ପାଙ୍ଗି। ଭୁବନେଶ୍ବର କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ପିସିସି ସଭାପତି ଶରତ ପଟନାୟକ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ହାତ ଧରିଛନ୍ତି।

କଂଗ୍ରେସରେ ଯୋଗ ଦେଲେ ଜୟରାମ ପାଙ୍ଗି। ଭୁବନେଶ୍ବର କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ପିସିସି ସଭାପତି ଶରତ ପଟନାୟକ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ହାତ ଧରିଛନ୍ତି। ପୂର୍ବରୁ ସେ ବିଆରଏସ, ବିଜେପି ଏବଂ ବିଜେଡିରେ ରହି ନିଜ ରାଜନୈତିକ କ୍ୟାରିୟରକୁ ଆଗକୁ ନେଇଥିଲେ।

ଜୟରାମ ପାଙ୍ଗି ପଟାଙ୍ଗୀ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ପରେ କୋରାପୁଟର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ରେ ବିଜେପିରେ ଯୋଗ ଦେଇ କୋରାପୁଟ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ।

କିଛି ମାସ ପୂର୍ବରୁ ସେ ବିଜେପି ଛାଡ଼ି ସେ ବିଆରଏସରେ ଯୋଗ ଦେଇଥିଲେ। କିନ୍ତୁ ଏବେ କଂଗ୍ରେସରେ ସାମିଲ ହୋଇଛନ୍ତି। ହାତ ଧରିବା ପରେ ବାପାଙ୍କୁ ମନେ ପକାଇଛନ୍ତି ଜୟରାମ। ଆଜି ବାପାଙ୍କ ଦଳରେ ଯୋଗ ଦେଲି ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.