ନଦୀ ଘାଟରେ ବୁଡ଼ି ଗଲେ ଦୁଇ ନାବାଳକ ଛାତ୍ର, ସାଙ୍ଗଙ୍କ ସହ ଯାଇଥିଲେ ଗାଧୋଇବାକୁ

ରାଉରକେଲା ପ୍ରଧାନ ପାଲି କୋଏଲ ନଦୀ ଘାଟରେ ବୁଡ଼ି ଗଲେ ଦୁଇ ନାବାଳକ ଛାତ୍ର । ଜଣକର ମୃତ ଦେହ ଉଦ୍ଧାର ହୋଇ ଥିବା ବେଳେ ଆଉ ଜଣେ ନଦୀରେ ନିଖୋଜ ଅଛନ୍ତି। ନିଖୋଜ ନାବାଳକକୁ ଖୋଜୁଛନ୍ତି ଉଦ୍ଧାରକାରୀ ଟିମ୍ ।

ରାଉରକେଲା : ରାଉରକେଲା ପ୍ରଧାନ ପାଲି କୋଏଲ ନଦୀ ଘାଟରେ ବୁଡ଼ି ଗଲେ ଦୁଇ ନାବାଳକ ଛାତ୍ର । ଜଣକର ମୃତ ଦେହ ଉଦ୍ଧାର ହୋଇ ଥିବା ବେଳେ ଆଉ ଜଣେ ନଦୀରେ ନିଖୋଜ ଅଛନ୍ତି। ନିଖୋଜ ନାବାଳକକୁ ଖୋଜୁଛନ୍ତି ଉଦ୍ଧାରକାରୀ ଟିମ୍ । ମୃତ ନାବାଳକ ହେଉଛନ୍ତି ପ୍ରୀୟାଂସୁ ଭୋଳ। ନିଖୋଜ ନାବାଳକର ନାମ ପ୍ରିୟ ରଂଜନ ପାଢୀ ।

ସ୍କୁଲ ଛୁଟି ହେବା ପରେ ଗାଧୋଇବାକୁ ଚାରି ସାଙ୍ଗ ତିନିଟି ସାଇକଲରେ ଯାଇଥିଲେ କୋଏଲ ନଦୀକୁ । ଦୁଇ ସାଙ୍ଗ ପ୍ରୀୟାଂଶୁ ଭୋଳ ସହ ପ୍ରିୟ ରଂଜନ ପାଢ଼ୀ ପ୍ରଥମେ ଯାଇଥିଲେ ନଦୀ ଭିତରକୁ । ଆଉ ଦୁଇ ସାଙ୍ଗ ଥିଲେ ନଦୀ ପଠାରେ ।

ଦୁଇ ସାଙ୍ଗ ଗାଧୋଇବା ସମୟରେ ବୁଡିବାର ଦେଖି ଲୋକଙ୍କୁ ଡାକିଥିଲେ । ସ୍ଥାନୀୟ ଲୋକ, ପୋଲିସ ଓ ଅଂଗ୍ନିସମ୍ ବିଭାଗର ମିଳିତ ଉଦ୍ଧାରରେ ପ୍ରିୟାନ୍ସୁ ଭୋଳଙ୍କ ମୃତ ଦେହ ମିଳିଥିବା ବେଳେ ଏବେବି ନଦୀରେ ନିଖୋଜ ଅଛନ୍ତି ପ୍ରିୟ ରଂଜନ ପାଢ଼ୀ । ଚାରି ସାଙ୍ଗ DAV ସୁଲର ଛାତ୍ର । ମୃତ ପ୍ରିୟାନ୍ସୁ ଭୋଳ ଅଷ୍ଟମ ଶ୍ରେଣୀ ହୋଇଥିବା ବେଳେ ଅନ୍ୟମାନେ ନବମ ଶ୍ରେଣୀର। ଘର ଲେବର ଟେନାମେଣ୍ଟ ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.