ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପ୍ରସଙ୍ଗ: ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପ୍ରଶ୍ନର ଉତ୍ତର ରଖିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

କେନ୍ଯୁଜ୍: କୌଣସି ସାଙ୍ଗୀତିକ ଧାରାକୁ ସରକାର ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରନ୍ତି ନାହିଁ । ବିଜେଡ଼ି ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଲୋକସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷନ ରେଡ଼ି। ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ପ୍ରଶ୍ନ କରିଥିଲେ, ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ ବାରମ୍ବାର ହେଉଥିବା ଅନୁରୋଧକୁ ସରକାର ଗ୍ରହଣ କରିଛନ୍ତି କି? ଏହି ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯିବା ଦ୍ୱାରା ଓଡ଼ିଶୀ ସଙ୍ଗୀତ ଅଧିକ ଜନପ୍ରିୟ ହୋଇପାରିବ।

ଏ ସଂକ୍ରାନ୍ତରେ ସରକାର କିଛି ବିଚାର କରୁଛନ୍ତି କି ବୋଲି ପ୍ରଶ୍ନ ପଚାରିଥିଲେ ଶ୍ରୀ ସମାନ୍ତ। ଏ ସମ୍ପର୍କରେ ଉତ୍ତର ଦେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କହିଲେ, ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ଲାଗି ଭୁବନେଶ୍ୱର ଓଡ଼ିଶୀ ଏକାଡେମୀ ପ୍ରତିଷ୍ଠାତା ସଭାପତି ତଥା ଅଧ୍ୟକ୍ଷ ଗୁରୁ ଗୋପାଳ ପଣ୍ଡା, ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆନ ମ୍ୟୁଜିକର ଅଧ୍ୟକ୍ଷ ପ୍ରଫେସର ପିକେ ମିଶ୍ର ଓ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କ ଠାରୁ ଭାରତ ସରକାରଙ୍କ ସଙ୍ଗୀତ ନାଟକ ଏକାଡେମୀ ପ୍ରସ୍ତାବମାନ ଗ୍ରହଣ କରିଛି। କିନ୍ତୁ କୌଣସି ସାଙ୍ଗୀତିକ ଧାରାକୁ ସରକାର ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରନ୍ତି ନାହିଁ ବୋଲି ଉତ୍ତରରେ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.