Below header

ଜନ ଆଶୀର୍ବାଦ ଯାତ୍ରାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ

ଭୁବନେଶ୍ୱର(କେନ୍ୟୁଜ୍‌) : ଜନ ଆଶୀର୍ବାଦ ଯାତ୍ରାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଆଜି ଯାତ୍ରାର ତୃତୀୟ ଦିନରେ ବଲାଙ୍ଗିର ଓ ଟିଟିଲାଗଡ଼ରେ ମାରାଥନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । କଣ୍ଟାବାଞ୍ଜିର ମୁରିବାହାଲ ହଳଦୀ ଠାରେ ପହଞ୍ଚିବା ପରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଦଳ ପକ୍ଷରୁ ସ୍ୱାଗତ କରାଯାଇଥିଲା। ପରେ ଜନ ଆଶୀର୍ବାଦ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ବଙ୍ଗୋମୁଣ୍ଡାରେ ବାବାଜୀ ମଠରେ ବାବାଜୀଙ୍କ ଆଶୀର୍ବାଦ ନେଇ ଆମ୍ବେଦକର ଛକ ଠାରେ ଆମ୍ବେଦକର ମୂର୍ତ୍ତିରେ ପୁଷ୍ପମାଲ୍ୟା ଅର୍ପଣ କରିଥିଲେ । ଇନ୍ଦିରା ଛକ ଠାରେ ଜନ ସାଧାରଣଙ୍କୁ ଉଦବୋଧନ ଦେଇଥିଲେ । କଣ୍ଟାବାଞ୍ଜିର ରେଳ ବିଭାଗ ସମ୍ବନ୍ଧୀୟ ସମସ୍ୟା ପୂରଣ ହେବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ । ପରେ କେନ୍ଦ୍ର ରେଳମନ୍ତ୍ରୀ ଗସ୍ତ କରିଥିଲେ ଟିଟିଲାଗଡ଼।

ସହରରେ ରୋଡ଼ ସୋ’ କରିବା ସହ ଏକ ପଥ ପ୍ରାନ୍ତ ସଭାରେ ସାମିଲ ହୋଇ ଜନ ସାଧାରଣଙ୍କୁ ସମ୍ବୋଧନ କରିଥିଲେ। ରେଳ ଷ୍ଟେସନ ସମସ୍ୟା ସହ ଏକ ୱାଗନ କାରଖାନା ନିର୍ମାଣ, କେନ୍ଦ୍ରୀୟ ବିଦ୍ୟାଳୟ ଆରମ୍ଭ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ବଲାଙ୍ଗୀର ସାଂସଦ ସଂଗୀତା ସିଂଦେଓ ମଧ୍ୟ ରେଳ ମନ୍ତ୍ରୀଙ୍କୁ ଟିଟିଲାଗଡ଼ ରେଳ ଷ୍ଟେସନ, କଣ୍ଟାବାଞ୍ଜି ରେଳ ଷ୍ଟେସନର ଆଧୁନୀକିକରଣ ନେଇ ଦାବି ଉପସ୍ଥାପନ କରିଥିଲେ। ଟିଟିଲାଗଡ଼ ଡ଼ିଏଭି କଲେଜ ପରିସରରେ କେନ୍ଦ୍ର ମନ୍ତ୍ରୀ ବୃକ୍ଷ ରୋପଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.