Below header

ଗଞ୍ଜାମ ଜିଲ୍ଲାପାଳଙ୍କ ନିଆରା ଉଦ୍ୟମ, ନୂତନ ବର୍ଷରୁ ଉପହାରରେ ବୁକେ ନୁହେଁ ବରଂ ବୁକ୍ ଦେବାକୁ ଜିଲ୍ଲାବାସୀଙ୍କୁ କଲେ ନିବେଦନ

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଜିଲ୍ଲାରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରି ବେଶ ଚର୍ଚ୍ଚା ପରିସରରକୁ ଆସିଛନ୍ତି । ତେବେ ନୂତନ ବର୍ଷ ଆରମ୍ଭରୁ ସେ ଏକ ନିଆରା ପଦକ୍ଷେପ ନେବାକୁ ଜିଲ୍ଲା ବାସୀଙ୍କୁ ପରାମର୍ଶ ଦେଇଛନ୍ତି । ନୂତନ ବର୍ଷରେ ପରସ୍ପରକୁ ଉପହାର ଦେବା ବେଳେ ପୁସ୍ତକ ବା ବହି ଦେବାକୁ ନିବେଦନ କରିଛନ୍ତି । ଏହା ସହ ନୂଆ ବର୍ଷରେ ବୁକେ ନୁହେଁ ବରଂ ବୁକ୍ ଉପହାର କରିବା ସହ ନୂତନ ବର୍ଷରୁ ଏହି ଅଭିଯାନକୁ ଆରମ୍ଭ କରିଛନ୍ତି । ପୁସ୍ତକ ମାଧ୍ୟମରେ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ସମସ୍ତ ବର୍ଗର ଲୋକେ ଜ୍ଞାନ ଆହରଣ କରି ପାରିବେ ବୋଲି ସେ ମତ ଦେଇଛନ୍ତି । ଏହା ସହ ଜିଲ୍ଲା ତଥା ରାଜ୍ୟ ବାସୀଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.