ଆଜି କାଳିଆ ହେବ ରାତି ଅନିଦ୍ରା, ସଅଳ ଶୋଇ ଉଠି ପଡ଼ିବେ ଚତୁର୍ଦ୍ଧା ମୂର୍ତ୍ତି; କାହା ସ୍ୱାର୍ଥରେ ?

ଆଉ କିଛି ସମୟ ପରେ ଆସିବ ବର୍ଷ ୨୦୨୦ । ବିଦାୟ ନେବ ୨୦୧୯ । ଏହି ଇଂରାଜୀ ନୂଆବର୍ଷକୁ ପାଳିବା ପାଇଁ ଆମେ ସମସ୍ତେ ଆତୁର । ହୋଟେଲରୁ ଆରମ୍ଭ କରି କ୍ଲବ୍‌, ଗାଁରୁ ଆରମ୍ଭ କରି ସହର ସବୁଠି ଧୁମ୍‌ ମସ୍ତି ଚାଲିଛି । ଗୀତ, ନାଚରେ ଫାଟି ପଡୁଛି ପରିବେଶ । କେଉଁଠି ଆମିିଷ ତ ପୁଣି କେଉଁଠି ନିରାମିଷ ଭୋଜି ଚାଲିଛି । ଆଲୋକ ମାଳାରେ ଝଲସୁଛି ଘରଦ୍ୱାର କୋଠାବାଡ଼ି ଓ ପ୍ରାସାଦ । ଅର୍ଥାତ୍‌ ଫୁଲ୍‌ ମସ୍ତିରେ ସମସ୍ତେ । ଅବଶ୍ୟ ଅନେକ ଜାଗାରେ ଏଇ ମସ୍ତିର ବିକଟାଳ ଶବ୍ଦ ସିନା ପହଞ୍ଚୁଥିବ ହେଲେ ଏଇ ଖୁସି ପହଞ୍ଚୁନଥିବ । ସେଠି ରାଜୁତି କରୁଥିବ ଅନ୍ଧାର ଓ ଶୂନ୍ୟତା । କାରଣ ମସ୍ତି କରିବା ଯେମିତି ସେମାନଙ୍କ ଅଧିକାର ବାହାରେ ।

SRIMANDIRAଛାଡ଼ନ୍ତୁ, ଆମେ ଭିନ୍ନ ପ୍ରସଙ୍ଗକୁ ଆସିବା । ଏବେ ଆମର ସବୁରି ପ୍ରିୟ, ସମସ୍ତଙ୍କ ଆରାଧ୍ୟ ଜଗତର ନାଥ ଜଗନ୍ନାଥ ବି ପାଳୁଛନ୍ତି ଇଂରାଜୀ ନୂଆ ବର୍ଷ । ବର୍ତ୍ତମାନ ତାଙ୍କର ବନସିହାର ବେଶ ଚାଲିଛି ଓ ଭୋଗ ପରେ ସେ ଶୋଇପଡ଼ିବେ । ଅର୍ଥାତ ତାଙ୍କର ପହୁଡ଼ ହେବ । ଏହା ପରେ ଠିକ୍‌ ଯେମିତି ଲୋକେ ଜିରୋ ନାଇଟ୍‌ ପାଳନ କରୁଥିବେ ସେତିକି ବେଳେ ରାତି ୧୨.୩୦ରେ ହେବ ଦ୍ୱାର ଫିଟା ନୀତି ଏବଂ ରାତି ଗୋଟାଏରୁ ଭକ୍ତଙ୍କୁ ଦର୍ଶନ ଦେବେ । ସୂର୍ଯ୍ୟୋପରାଗ ଦିନ ମହାପ୍ରଭୁ ଏମିତି ରାତି ଅନିଦ୍ରା ରହିଥିଲେ ଆଉ ଏବେ ଇଂରାଜୀ ନୂଆ ବର୍ଷ ପାଇଁ ବି ଶୀଘ୍ର ଶୋଇପଡ଼ି ଶୀଘ୍ର ଉଠିବେ । ସତରେ ପ୍ରଭୁ ଆମରି ପାଇଁ ଏମିତି କଷ୍ଟ କରିବେ ବୋଧହୁଏ । କାରଣ ରାତି ସାରା ମଦ ମାଂସରେ ସେଲିବ୍ରେସନ୍‌ କରିଥିବା ଅନେକ ଭକ୍ତ ପ୍ରଭୁଙ୍କ ଦର୍ଶନ କରି ନୂଆବର୍ଷ ଆରମ୍ଭ କରିବାକୁ ପୁରୀରେ ଥିବେ । ସେମାନଙ୍କ କଥା ବି ବୁଝିବା ଜଗାର ଦାୟିତ୍ୱ ।

ଅଧିକ କହିବା ଠିକ୍‌ ହେବ ନାହିଁ । କଥାରେ ଅଛି ଭକ୍ତ ପାଇଁ ଭଗବାନ । କଣ ଶ୍ରୀକ୍ଷେତ୍ରର ଅଧିପତି ତାଙ୍କରି ଇଚ୍ଛାରେ ଏମିତି ରାତି ଉଜାଗର ହେଉଛନ୍ତି ? ଖାଲି ଏତିକି ପ୍ରଶ୍ନ କରିବୁ ଜଗନ୍ନାଥପ୍ରେମୀ କୋଟି କୋଟି ଭକ୍ତଙ୍କୁ । ଯଦି ଓଡ଼ିଆ ନବବର୍ଷରେ ଏମିତି ହୁଅନ୍ତା ତେବେ କେତେ ଭକ୍ତ ଆସନ୍ତେ ? ଟିକେ ଚିନ୍ତା କଲେ ଦେଖି ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.